www.samajalive.in
Sunday, December 7, 2025
16.1 C
Bhubaneswar

ଇନ୍ଦୋର : ରାମନବମୀ ପୂଜା ଅଘଟଣ, ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ଇନ୍ଦୋର : ସ୍ଥାନୀୟ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିରରେ ରାମନବମୀ ପୂଜା ଚାଲିଥିବା ବେଳେ ଅଘଟଣରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି।  ମନ୍ଦିର ପରିସରରେ ଥିବା ଏକ ଭୂତଳ କୂଅ ଉପରେ ଥିବା ଚଟାଣ ଭୁଶୁଡ଼ି ପଡ଼ିବାରୁ ଏହି ଅଘଟଣ ଘଟିଥିଲା। ଶୁକ୍ରବାର କୂଅରୁ ଆଉ୨୧ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ପାଣିରେ ବୁଡ଼ି ଗୁରୁବାର ୧୪ଜଣଙ୍କ ଜୀବନ ଯାଇଥିଲା । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୂଅ ଉପରେ ଥିବା ଚଟାଣ ଉପରେ ଛିଡ଼ା ହୋଇ ସଂଖ୍ୟାଧିକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଥିବା ବେଳେ ଚଟାଣ ଭୁଶୁଡ଼ି ପଡ଼ିଥିଲା। କୂଅରେ ପ୍ରାୟ ୪୦ଜଣ ଗଳିପଡ଼ିଥିବା ଜଣାଯାଇଛି।

ମନ୍ଦିରରେ ପୂଜା ଚାଲିଥିବା ବେଳେ ବହୁସଂଖ୍ୟକ ଲୋକେ ଏକସଙ୍ଗେ କୂଅ ଉପରେ ପଡ଼ିଥିବା ଚଟାଣ ଉପରେ ଛିଡ଼ା ହୋଇଥିଲେ। ବହୁ ଲୋକଙ୍କ ଓଜନ ସମ୍ଭାଳି ନ ପାରି ଚଟାଣଟି ଭାଙ୍ଗି ପଡ଼ିବାରୁ ଲୋକମାନେ କୂଅ ମଧ୍ୟକୁ ଗଳି ପଡ଼ିଥିଲେ। କୂଅଟି ୫୦ରୁ ୬୦ ଫୁଟ ଗଭୀର ହୋଇଥିବା ବେଳେ ସେଥିରେ ପାଣି ଭର୍ତ୍ତି ହୋଇ ରହିଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦଉଦି ଓ ଶିଡି ସାହାଯ୍ୟରେ କୂଅରୁ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ୨୦ରୁ ଊର୍ଦ୍ଧ୍ବ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

- Advertisement -

ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖପ୍ରକାଶ କରିବା ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ସେହିପରି ଶିବରାଜ ଚୌହ୍ବାନ ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories