www.samajalive.in
Sunday, December 7, 2025
18.1 C
Bhubaneswar

କରୋନା ସଂକ୍ରମଣ : ଦୈନିକ ଆକ୍ରାନ୍ତ ୩ ହଜାରରୁ ଅଧିକ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ୩ ହଜାରରୁ ଅଧିକ ରହୁଛି। ଦେଶରେ ଦିନକରେ ପୁଣି ୩୦୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଦିନକରେ ୧୩୯୦ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି । କୋଭିଡ ଆରୋଗ୍ୟ ହାର  ୯୮.୭୮ ପ୍ରତିଶତ ରହିଛି । ଏବେ ଦେଶରେ ୧୫ ହଜାର୨୦୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ଯେ,  ଏପର୍ଯ୍ୟନ୍ତ ୨୨୦ କୋଟି ୬୫ଲକ୍ଷରୁ ଅଧିକ ଡୋଜ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି । ୯୫ କୋଟି ୨୦ଲକ୍ଷ ଦ୍ବିତୀୟ ଡୋଜ ଏବଂ ୨୨ କୋଟି ୮୬ ଲକ୍ଷ ବୁଷ୍ଟର ଡୋଜ ଟିକା ଦିଆଯାଇଛି । ଦିନକ ମଧ୍ୟରେ ୬ହଜାର ୫୫୩ ଡୋଜ ଟିକା ଦିଆ ଯାଇଛି।

- Advertisement -

ଦେଶରେ ଦୈନିକ ସଂକ୍ରମଣ ହାର ୨.୬୧ % ଓ ସାପ୍ତାହିକ ସଂକ୍ରମଣ ହାର ୧.୯୧% ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୮ ହଜାର ୬୯୪ ନମୂନା ପରୀକ୍ଷା କରାଯାଇଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories