www.samajalive.in
Sunday, December 7, 2025
16.1 C
Bhubaneswar

ରାହୁଲ ଗାନ୍ଧୀଙ୍କ ୱେୟନାଡ଼ ଆସନ ଉପନିର୍ବାଚନ ପାଇଁ ନିଷ୍ପତ୍ତି ଏବେ ନୁହେଁ – ମୁଖ୍ୟ ନିର୍ବାଚନ କମିଶନ

ଡେସ୍କ: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟ୍ରାଏଲ କୋର୍ଟ ଉପର କୋର୍ଟରେ ଆବେଦନ କରିବା ଲାଗି ୩୦ ଦିନ ସମୟ ଦେଇଥିବାରୁ, ୱେୟନାଡ଼ ସଂସଦୀୟ ଆସନରେ ଉପନିର୍ବାଚନ ପାଇଁ ଏବେ କମିଶନ କୌଣସି ନିଷ୍ପତ୍ତି ନେବେ ନାହିଁ। ଉପନିର୍ବାଚନ ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ନିର୍ବାଚନ କମିଶନ କୋର୍ଟ ଆଦେଶକୁ ଅପେକ୍ଷା କରିବେ ବୋଲି କହିଛନ୍ତି। ଶ୍ରୀ କୁମାର କହିଛନ୍ତି, କୌଣସି ଆସନ ଫାଙ୍କା ପଡିବା କ୍ଷେତ୍ରରେ ୬ ମାସ ମଧ୍ୟରେ ଉପନିର୍ବାଚନ କରାଇବା ବ୍ୟବସ୍ଥା ରହିଛି। ଚଳିତ ବର୍ଷ ମାର୍ଚ୍ଚ ୨୪ରେ ସୁରଟର ଏକ କୋର୍ଟ ରାହୁଲଙ୍କୁ ଦଣ୍ଡାଦେଶ କରିଥିଲେ।

ଅନ୍ୟପକ୍ଷରେ ଆମ ଆଦମୀ ପାର୍ଟିକୁ ଜାତୀୟ ଦଳ ମାନ୍ୟତା ଦେବା ପ୍ରସଙ୍ଗରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ସେହି ବିଷୟ ଏବେ କମିଶନଙ୍କ ସକ୍ରିୟ ବିଚାରାଧୀନ ରହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories