www.samajalive.in
Sunday, December 7, 2025
23.1 C
Bhubaneswar

ନବରଙ୍ଗପୁର :୧୭୦ ଜଣ ତୀର୍ଥଯାତ୍ରୀଙ୍କ ତୀର୍ଥଯାତ୍ରା ଆରମ୍ଭ

ନବରଙ୍ଗପୁର : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଯୋଗ୍ୟ ବରିଷ୍ଠ ନାଗରିକ ମାନଙ୍କ ତୀର୍ଥଯାତ୍ରା କରିବାପାଇଁ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଛି। ଜିଲା ପ୍ରଶାସନ ତରଫରୁ ୪ ଗୋଟି ସ୍ଵତନ୍ତ୍ର ବସ ଯୋଗେ ଜିଲାର ଦଶ ଗୋଟି ବ୍ଲକ୍, ଦୁଇ ଗୋଟି ପୌରପାଳିକା ରୁ୧୭୦ ଜଣ ବରିଷ୍ଠ ନାଗରିକ ମାନଙ୍କୁ ନେଇ ରାୟଗଡା ଅଭିମୁଖେ ଯାତ୍ରା କରିଛି। ରାୟଗଡ଼ାରେ ବରିଷ୍ଠ ତୀର୍ଥଯାତ୍ରୀ ମାନେ ରାତ୍ର ଯାପନ କରି ଅପରାହ୍ନ ୧୨.୪୫ ସମୟର ରାୟଗଡ଼ା ରୁ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ତୀର୍ଥଯାତ୍ରା କରିବେ। ଏହି ତୀର୍ଥଯାତ୍ରା ସମୟରେ ଯାତ୍ରୀମାନେ ଭେଲୋର୍, ତିରୁପତି, ଶ୍ରୀକଳାହସ୍ତୀ ଭ୍ରମଣ କାର୍ୟ୍ୟକ୍ରମ ସାରି ଆସନ୍ତା ଏପ୍ରିଲ ଦୁଇ ତାରିଖରେ ନିଜ ଜିଲାକୁ ଫେରି ଆସିବେ।  ସ୍ଥାନୀୟ ମିଶନ ଶକ୍ତିସଭା ଗୃହରେ ତୀର୍ଥଯାତ୍ରାରେ ବାହାରି ଥିବା ସମସ୍ତ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ସମାରୋହରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗଦେଇ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନ।ରେ ରହିଥିବା ସ୍ବତନ୍ତ୍ର ସୁବିଧା ସମ୍ପର୍କରେ ସୂଚନା ଦେଇ ସମସ୍ତ ତୀର୍ଥଯାତ୍ରୀ କିପରି ଭଲରେ ତୀର୍ଥଯାତ୍ରା ସାରି ନିଜ ଘରକୁ ଫେରି ଆସିବେ ବୋଲି ସମସ୍ତଙ୍କୁ ଶୁଭେଛା ଜଣାଇଥିଲେ ଏବଂ ପରେ ବସରେ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥଲେ। ତୀର୍ଥଯାତ୍ରୀଙ୍କୁ ନେବା ଆଣିବା ଓ ତାଙ୍କର ସୁବିଧା ଅସୁବିଧା ବୁଝିବା ପାଇଁ ଛଅ ଜଣ ଅଧିକାରୀଙ୍କୁ ସାଙ୍ଗରେ ପଠା ଯାଇଛି। ଏଥିରେ ଜିଲା କ୍ରୀଡ଼ା ଅଧିକାରୀ, ମହେନ୍ଦ୍ର କୁମାର ସାହୁ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ୟ୍ୟକ୍ରମ ପରିଚାଳନା କରଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories