www.samajalive.in
Tuesday, December 9, 2025
15.1 C
Bhubaneswar

ସମବାୟ ବ୍ୟାଙ୍କି ସେବା ଓ ଋଣ କର୍ମଶାଳା

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଅନ୍ତର୍ଗତ କୁଇବାହାଲ  ସମବାୟ ସମିତି ପରିସରେ ୨ଟି ପଞ୍ଚାୟତ ର ଚାଷୀ ମାନଙ୍କୁ ନେଇ ସମବାୟ ବେଙ୍କିଙ୍ଗ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି. ଏହି କର୍ମଶାଳା କୁଇବାହାଲ  ସମବାୟ ସମିତି ଲିମିଟେଡ଼ର ସଭାପତି ଦିଗାମ୍ବର ଥପ୍ପାଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ସଭାରେ  କୁଇବାହାଲ  ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବିଳାସ ପୁଟେଲ  ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବେ ହିଆଲ ପଂଚାୟତ  ସରପଞ୍ଚ ସତ୍ୟ ମାଝୀ, ସମବାୟ ବିଭାଗ ସହ ନିବନ୍ଧକ ଟିଟିଲାଗଡ କ୍ଷେମା ମାଝୀ, ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ କଣ୍ଟାବାଞ୍ଜି ଶାଖା ପରିଚାଳକ  ଯୋଗେଶ୍ୱର ମାଝୀ, ବୋର୍ଡ ସଭ୍ୟ ସୁବାସ ପୁଟେଲ, କୁଞ୍ଜ ମହାନନ୍ଦ, ରାଧେଶ୍ୟାମ ମହାନନ୍ଦ, ଲକ୍ଷ୍ମଣ ବାଗ, ଦୁର୍ଯ୍ୟୋଧନ ରାଉତ, କେଶବ ବଂଛୋର, ସମ୍ପଦ ଭୋଇ, ତୁରେକେଲା ସୁପରଭାଇଜର ଦକ୍ଷ ରାଜ ମାଝୀ ମଂଚାସୀନ ଥିଲେ।
ଏହି କର୍ମଶାଳା ରେ ଚାଷୀ ମାନଙ୍କୁ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉ ଥିବା ବିଭିହ୍ନ ରୁଣ ସମ୍ପର୍କ ରେ ଓ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯାଉଥିବା, ବିଷଦ ଭାବରେ ଉପସ୍ଥିତ ଚାଷୀ ଓ ମହିଳା ଗୋଷ୍ଠୀଙ୍କୁ ସଚେତନ କରାଯାଇ ଥିଲା। ତେଣୁ ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ ଏହାର ଲାଭ ଉଠାଇ ଆତ୍ମନିର୍ଭର ଶିଳ ହେବାସହ ଠିକ ସମୟ ରେ ଋଣ ପରିଶୋଧ କରିଵାକୁ କଣ୍ଟାବାଞ୍ଜି ବ୍ୟାଙ୍କ ଶାଖା ପ୍ରବନ୍ଧକ ମାଝୀ ସମସ୍ତଙ୍କୁ ନିବେଦନ କରିଥିଲେ.ସହ ନିବନ୍ଧକ।
ମାଝୀ କପା ଋଣ କିପରି ସହଜରେ ଉପଲବ୍ଧ ହେବ ବିଷଦ ଭାବରେ ବର୍ଣନା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ପେକ୍ସ ସମ୍ପାଦକ ଚୌଧୁରୀ ଚରଣ ନାଗ  ଶେଷରେ ବ୍ୟାଙ୍କ ସୁପରଭାଇଜର ଦକ୍ଷରାଜ ମାଝୀ ଧନ୍ୟବାଦ ଅର୍ପଣ ପରେ କର୍ମଶାଳା ସମାପ୍ତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସମବାୟ ସମିତି କର୍ମଚାରୀ ସାଧୁଚରଣ ତାଣ୍ଡି, ବିସିକେଶନ ଜଗତ, ଦାମୋଦର ତାଣ୍ଡି, ବବରୁ ବାହାନ ନାଗ ପ୍ରମୁଖ ସହଯୋଗ କରଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories