www.samajalive.in
Sunday, December 7, 2025
16.1 C
Bhubaneswar

ଗାଁ ଓ କୃଷିର ଉନ୍ନତି ଆମ ଲକ୍ଷ୍ୟ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ‘ସୌର ଜଳନିଧି’ ନାମରେ ଆଉ ଏକ ନିଜସ୍ୱ ଯୋଜନା ଆରମ୍ଭ କରିଛନ୍ତି। କୃଷି ଓ କୃଷକଙ୍କ ବିକାଶ ପାଇଁ ଏହି ଯୋଜନା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରି ଗାଁର ଉନ୍ନତି ଓ କୃଷିର ଉନ୍ନତି ଆମ ବିକାଶର ଲକ୍ଷ୍ୟ ବୋଲି କହିଛନ୍ତି।
ସଚିବାଳୟରେ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ‘ଚାଷୀ ଭାଇମାନଙ୍କ ପାଇଁ ସୌର ଜଳନିଧି ଯୋଜନା ଆରମ୍ଭ କରି ମୁଁ ବହୁତ ଖୁସି।’ ଗାଁ ଓ କୃଷିର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ନୂଆ ଯୋଜାନରେ ଚାଷୀଙ୍କୁ ପାଞ୍ଚ ହଜାର ସୌର ପମ୍ପ ଯୋଗାଇ ଦିଆଯିବ। ଏଥିରେ ୨୫ହଜାର ଏକର ଜମିକୁ ଜଳସେଚନ ସୁବିଧା ମିଳିବ। ଏହି ଯୋଜନା ଦ୍ୱାରା ଚାଷୀମାନଙ୍କର ଖର୍ଚ୍ଚ କମିବ। ସେମାନଙ୍କ ଜମିକୁ ଅଧିକ ପାଣି ମିଳିବା ସହ ଅଧିକ ଫସଲ ହେବ ଏବଂ ରୋଜଗାର ମଧ୍ୟ ବୃଦ୍ଧି ପାଇବ। ପ୍ରଥମ ପର୍ଯ୍ୟାୟରେ ବିଦ୍ୟୁତ ଶକ୍ତି ଅଭାବ ପରିଲକ୍ଷିତ ହେଉଥିବା ଅଞ୍ଚଳର ଚାଷୀ ଏହି ଯୋଜନାରେ ସୁବିଧା ପାଇବେ। ପରେ ସାରା ରାଜ୍ୟକୁ ଏହା ସମ୍ପ୍ରସାରିତ ହେବ। ଏହି ଯୋଜନାରେ ରାଜ୍ୟ ସରକାର ଚାଷୀଙ୍କୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ରିଆତି ଯୋଗାଇବା ବ୍ୟବସ୍ଥା କରିଛନ୍ତି। ଚାଷୀମାନେ ଏହି ଯୋଜନାର ସୁଯୋଗ ନେଇ କୃଷି ବିକାଶରେ ସେମାନଙ୍କ ସଫଳ ଅବଦାନ ରଖିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ସୂଚନା ଅନୁଯାୟୀ ଓଡ଼ିଶା ବର୍ଷକୁ ୩୦୦ ଦିନ ସ୍ପଷ୍ଟ ସୂର୍ଯ୍ୟାଲୋକ ପାଇଥାଏ। ଯାହାକି ଦିନକୁ ୫କିଲୋୱାଟ ଘଣ୍ଟା ସୌର ବିକିରଣ କରିଥାଏ। ରାଜ୍ୟର ଭୂତଳ ଜଳ ବ୍ୟବହାର ପାଇଁ ଯଥେଷ୍ଟ ସୁଯୋଗ ରହିଛି। ରାଜ୍ୟରେ ୯୦%ରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି। ଏହି ଯୋଜନାରେ ଅନ୍ତର୍ଭୁକ୍ତ ଚାଷୀମାନେ ସେମାନଙ୍କ ସେଚ କୂପରେ ସୌର ଚାଳିତ ପମ୍ପ ଲଗାଇ ୦.୩୦ରୁ ୦.୫୦ ଏକର ଚାଷ ଜମିରେ ଖରିଫ ଓ ରବି ଋତୁରେ ପନିପରିବା ଚାଷ କରିପାରିବେ। ରାଜ୍ୟରେ ଯେଉଁ ଚାଷ ଜମି ପାଇଁ ବିଦ୍ୟୁତ ସଂଯୋଗ କରାଯାଇପାରୁନି ସେହି ଜମିରେ ଜଳସେଚନ ଓ ବହୁଳ ଚାଷ ପାଇଁ ଏହି ବ୍ୟବସ୍ଥା ହାତକୁ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫ହଜାର କୃଷକ ପରିବାରର ୨୫ହଜାର ଏକର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ। ଯୋଜନା ଖର୍ଚ୍ଚ କୃଷକଙ୍କ ଅଂଶଧନ ସହ କୃଷି ବିଭାଗ ଏବଂ ବିଜ୍ଞାନ ଓ କାରିଗରୀ ବିଭାଗ ମିଳିତ ଭାବେ ତୁଲାଇବେ। ଏଥିପାଇଁ ସରକାର ଚଳିତ ଆର୍ଥିକବର୍ଷ ପାଇଁ ୨୭.୧୮ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।
ଯୋଜନାରେ ସରକାର ସୌର ପମ୍ପ ପାଇଁ ଚାଷୀଙ୍କୁ ୫୪ହଜାର ଟଙ୍କା ରିଆତି ଯୋଗାଇ ଦେବେ। ଏଥିରେ ଭୂପୃଷ୍ଠ ପମ୍ପ ପାଇଁ ଚାଷୀ ଅଂଶଧନ ୫,୪୫୪ଟଙ୍କା ଏବଂ ଭୂତଳ ପମ୍ପ ପାଇଁ ୨୨,୨୫୭ଟଙ୍କା ଦେବେ। ଏହା ନିଜସ୍ୱ କିମ୍ବା ବ୍ୟାଙ୍କ ଋଣ ଆକାରରେ ଦେଇପାରିବେ। ଏହି ଯୋଜନାରେ ବର୍ଷକୁ ୧.୫୨ଲକ୍ଷ ଶ୍ରମ ଦିବସ ସୃଷ୍ଟି ହେବା ସହ ପ୍ରାୟ ତିନିଟି ଫସଲ କରାଯାଇପାରିବ। କୃଷକ ପରିଚୟ ସଂଖ୍ୟା ଥିବା ହିତାଧିକାରୀ ଷଗ୍ଧଗ୍ଧକ୍ଟ୍ର:/କ୍ଟୟସଗ୍ଦଷବଗ୍ଦକ୍ଟକ୍ଷବକ୍ସକ୍ଟ୍ରଙ୍କଜ୍ଞକ୍ଟ୍ର.ଦ୍ଭସମ.ସଦ୍ଭରେ ଆବେଦନ କରିପାରିବେ। ଏଥିପାଇଁ ସର୍ବନିମ୍ନ ୦.୫ଏକର ଚାଷ ଉପଯୋଗୀ ଜମି ଏବଂ ଏକ ସେଚ କୂପ ଥିବା ଜରୁରୀ ବୋଲି କୁହାଯାଇଛି। ଯୋଜନାର ଶୁଭାରମ୍ଭ ଉତ୍ସବରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଉତ୍ପାଦନ କମିଶନର, କୃଷି ବିଭାଗ ପ୍ରମୁଖ ସଚିବ, ଓରେଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉତ୍ସବରେ ମୁଖ୍ୟମନ୍ତ୍ରୀ ୪ଜଣ ହିତାଧିକାରୀ କୃଷକଙ୍କୁ ସେଚକୂପରେ ସୌର ପମ୍ପ ସ୍ଥାପନ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories