www.samajalive.in
Tuesday, December 9, 2025
17.1 C
Bhubaneswar

୧୨ରେ ଜିଲା ଅମଲା ସଂଘ ନିର୍ବାଚନ

କେନ୍ଦୁଝରଗଡ଼: ମାର୍ଚ୍ଚ ୧୨ ତାରିଖ ଦରବାରହଲଠାରେ ଜିଲା ଅମଲା ସଂଘ ନିର୍ବାଚନ ପରିପ୍ରେକ୍ଷୀରେ ସଂଘ ସଭାପତି ମହମ୍ମଦ ଅଲ୍ଲୀ ଜିନାଙ୍କ ଅଧ୍ୟକ୍ଷତାରେ କଲେକ୍ଟୋରେଟ୍‌‌ କଲଚରାଲ କ୍ଲବ ସଭା ଗୃହରେ ସଂଘର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୨ ତାରିଖ ମଧ୍ୟାହ୍ନ ୧୨ଟାରୁ ସଂଘ ନୂତନ କର୍ମକର୍ତ୍ତା ନିମନ୍ତେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୨ଟାରେ ନିର୍ବାଚନ ଶେଷ ସହ ପଦାଧିକାରୀଙ୍କ ନାମ ଘୋଷଣା କରାଯିବାକୁ ବୈଠକରେ ସ୍ଥିରୀକୃତ ହୋଇଛି। ନିର୍ବାଚନ ସୁପରିଚାଳନା ପାଇଁ ନିର୍ବାଚନ ଅଧିକାରୀ ଭାବେ ସଂଘର ପୂର୍ବତନ କର୍ମକର୍ତ୍ତା ଜୟଗୋବିନ୍ଦ ମିଶ୍ର, ବଚୁରାମ ଲାମା ଓ ସରୋଜ କୁମାର ଦାଶଙ୍କୁ ମନୋନୀତ କରାଯାଇଛି। ପଦାଧିକାରୀଙ୍କ ନାମ ଘୋଷଣା ପରେ ଅପରାହ୍ନ ୨ଟା ୩୦ମି.ରେ ନବନିର୍ବାଚିତ କର୍ମକର୍ତ୍ତା ଶପଥଗ୍ରହଣ କରିବେ। ତେଣୁ ଆସନ୍ତା ୧୨ ତାରିଖ ଧାର୍ଯ୍ୟ ସମୟ ପୂର୍ବରୁ ସଂଘର ସମସ୍ତ ସଦସ୍ୟ ସଦସ୍ୟା ଦରବାରହଲଠାରେ ଉପସ୍ଥିତ ରହି ମତଦାନ ସାବ୍ୟସ୍ତ ମାଧ୍ୟମରେ ନୂତନ କର୍ମକର୍ତ୍ତା ଚୟନ କରିବା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories