www.samajalive.in
Sunday, December 7, 2025
26.1 C
Bhubaneswar

ଯାତ୍ରୀବାହୀ ଟ୍ରେନ୍‌‌-ମାଲବାହୀ ଟ୍ରେନ ଧକ୍କା ; ୨୬ ମୃତ,୮୫ ଆହତ

ନୂଆଦିଲ୍ଲୀ : ଗ୍ରୀସରେ ଏକ ବଡ ଧରଣର ଅଘଟଣ ଘଟିଥିବା ନେଇ ବୁଧବାର ଖବର ମିଳିଛି। ଏଠାରେ ଦୁଇଟି ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହୋଇ ଏଯାଏଁ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ପ୍ରାୟ ୮୫ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ଗ୍ରୀକ ସହର ଥେସାଲୋନିକି ଓ ଲାରିସା ମଧ୍ୟରେ ହୋଇଛି।
ସୂଚନା ଯୋଗ୍ୟ, ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଟ୍ରେନ୍ ଏବଂ ଏକ ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଖୁବ୍‌‌ ଭୟଙ୍କର ଥିଲା। ଫଳରେ ଅନେକ ବଗି ଧାରଣାରୁ ଖସି ଯାଇଥିଲା । ତିନୋଟି ବଗିରେ ନିଆଁ ଲାଗିଯାଇଥିଲା। ଯାତ୍ରୀବାହୀ ଟ୍ରେନରେ ବହୁ ସଂଖ୍ୟକ ଯାତ୍ରୀ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଏପର୍ୟ୍ୟନ୍ତ ୨୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୮୫ ରୁ ଅଧିକ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି। ସେଥିମଧ୍ୟରୁ ୨୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣା ପରେ ଅନେକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏଥେନ୍ସଠାରୁ ପ୍ରାୟ ୨୩୫ ମାଇଲ ଦୂରରେ ଥିବା ଟେମ୍ପି ନିକଟରେ ଘଟିଥିବା ଏହି ଘଟଣାର ଅନେକ ଭିଡିଓ ଏବଂ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଉଦ୍ଧାର କାର୍ଯ୍ୟ ହେଉଥିବା ମଧ୍ୟ ଦେଖାଯାଇଛି। ସ୍ଥାନୀୟ ପୁଲିସର ସୂଚନାନୁସାରେ ଅନେକ ବଗି ଖସି ଯାଇଥିଲା ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories