www.samajalive.in
Monday, December 8, 2025
16.1 C
Bhubaneswar

ଜିଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ 

ସମ୍ବଲପୁର : ସମ୍ବଲପୁର ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ଜିଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସୁମିତ୍ର ପତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅତିଥି ରୂପେ ମହିଳା ମହାବିଦ୍ୟାଳୟ ସମ୍ବଲପୁର ପ୍ରାକ୍ତନ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଦାଶ, ଅବସରପ୍ରାପ୍ତ ଶିକ୍ଷକ ଉଦିତ ଚନ୍ଦ୍ର ପାଟ୍ଟଯୋଶୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କର୍ମ ସଂସ୍ଥାନ ଅଧିକାରୀ ଶଙ୍କର ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହରି ନାରାୟଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପାର୍ଥ ସାରଥୀ ପ୍ରଧାନ ବିଜ୍ଞାନ ଦିବସ ପାଳନର ମହତ୍ୱ ଉପରେ ଆଲୋକପାତ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ସୁମିତ୍ରା ପତ୍ରୀ ଜନଜୀବନରେ ବିଜ୍ଞାନ ଉପରେ ଆଲୋଚନା କରିଥିଲେ। ୨୦ଟି ଉଚ୍ଚ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବିଜ୍ଞାନ ଭିତ୍ତିକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବାଲିବନ୍ଧା ସରକାରୀ ବାଳିକା ଉଚ୍ଚ ବିଦ୍ୟାଲୟର ଛାତ୍ରୀ ସୁମା ଖାତୁନ ପ୍ରଥମ, ଲେଡିଲୁଇସ ବାଳିକା ବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ଦ୍ୱିତୀୟ ଓ ଶ୍ରୀ ଗଣେଶ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶ୍ରୀୟା ତାଣ୍ଡକାର ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ଅତିଥି ମାନେ କରିଥିଲେ। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଶିକ୍ଷୟତ୍ରୀ ଅପର୍ଣ୍ଣା ପଣ୍ଡା ଓ ମହମ୍ମଦ ଜହିରୁଦ୍ଦିନ ସହାୟତା କରିଥିବା ବେଳେ ଶେଷରେ ହରି ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories