www.samajalive.in
Sunday, December 7, 2025
26.1 C
Bhubaneswar

ଶନିବାର ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଜର୍ମାନୀ ଚାନସେଲର୍ ଓଲାଫ ସ୍କୋଲଜ

ନୂଆଦିଲ୍ଲୀ : ଜର୍ମାନୀ ଚାନସେଲର୍ ଓଲାଫ ସ୍କୋଲଜ ଶନିବାର (ଆସନ୍ତାକାଲି)ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କ ସହ ଜର୍ମାନୀର ଏକ ଉଚ୍ଚସ୍ତରୀୟ ବ୍ୟବସାୟିକ ପ୍ରତିନିଧି ଦଳ ମଧ୍ୟ ଭାରତ ଆସୁଛନ୍ତି । ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନୀ ଚାନସେଲର୍ ଅନେକ ଦ୍ୱିପାକ୍ଷିକ, ଆଂଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଉଭୟ ନେତା ଦୁଇ ଦେଶର ଉଦ୍ୟୋଗପତିମାନଙ୍କ ସହ ବାର୍ତାଳାପ କରିବେ। ଚାନସେଲର୍ ସ୍କୋଲଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଜର୍ମାନୀ ଚାନସେଲର୍ ଭାବେ ଶ୍ରୀ ସ୍କୋଲଜଙ୍କର ଏହା ପ୍ରଥମ ଭାରତ ଗସ୍ତ।
ଭାରତ-ଜର୍ମାନୀ ଭାଗିଦାରୀ ସଂପର୍କ ପାରସ୍ପରିକ ମୂଲ୍ୟବୋଧ, ବିଶ୍ୱାସ ଓ ବୁଝାମଣା ଉପରେ ପର୍ଯ୍ୟବେଶିତ। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କର ବିକାଶ ପାଇଁ ବାଣିଜ୍ୟିକ ସଂପର୍କ, ସବୁଜ ତଥା ସ୍ଥାୟୀ ବିକାଶ କ୍ଷେତ୍ରରେ ସହଯୋଗ ଓ ଜନସଂପର୍କ ବୃଦ୍ଧି ମୁଖ୍ୟ ଭୂମିକା ଗ୍ରହଣ କରିଛି । ଭାରତ ଓ ଜର୍ମାନୀ ବହୁରାଷ୍ଟ୍ରୀୟ ମଂଚରେ ପରସ୍ପର ସହ ଘନିଷ୍ଠତାର ସହ କାର୍ଯ୍ୟ କରି ଆସୁଛନ୍ତି । ଜର୍ମାନୀ  ଚାନସେଲରଙ୍କର ଏହି ଗସ୍ତ ଷଷ୍ଠ ଆନ୍ତଃ ସରକାରୀ କଥାବାର୍ତ୍ତାର ଅଗ୍ରଗତି ବିଷୟରେ ଜାଣିବାର ସୁଯୋଗ ପ୍ରଦାନ କରିବା ସହ ନିରାପତ୍ତା ଓ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବ, ଉଭୟ ପକ୍ଷ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି କରିବ, ଉଭୟ ଦେଶର ପ୍ରତିଭାଶାଳୀ ପେଷାଦାରମାନଙ୍କର ଆଦାନପ୍ରଦାନ ପାଇଁ ସୁଯୋଗ ସୃଷ୍ଟି କରିବ ଓ ବିଜ୍ଞାନ ଏବଂ ବୈଷୟିକଜ୍ଞାନ କ୍ଷେତ୍ରରେ ସଂପ୍ରତି ଥିବା ସହଯୋଗକୁ ବୃଦ୍ଧି କରିବ । ଜର୍ମାନୀ ଚାନସେଲର୍ ୨୬ ତାରିଖରେ ବେଙ୍ଗାଲୁରୁ ଗସ୍ତରେ ଯିବେ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories