www.samajalive.in
Wednesday, December 10, 2025
15.1 C
Bhubaneswar

ଚତୁର୍ଥ ଦିନିକିଆ : ସିରିଜ୍ ଅଗ୍ରଣୀ ଲକ୍ଷ୍ୟରେ ଉଭୟ ଦଳ

ମୁମ୍ବଇ : ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ୍ ସୋମବାର ମୁମ୍ବଇରେ ଖେଳାଯିବ। ଏହି ମ୍ୟାଚ୍ ଜିତି ସିରିଜରେ ଅଗ୍ରଣୀ  ହାସଲ କରିବା ଲକ୍ଷ୍ୟ ନେଇ ଉଭୟ ଦଳ ପଡ଼ିଆକୁ ଓହ୍ଲାଇବେ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଏବେ ୧-୧ ସ୍ତରରେ ରହିଛି। ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଓ୍ଵେଷ୍ଟଇଣ୍ଡିଜ ଦ୍ଵିତୀୟ ମ୍ୟାଚକୁ ଟାଇ ରଖିବା ସହ ତୃତୀୟ ମ୍ୟାଚରେ ଭାରତକୁ ପରାଜିତ କରିଛି । ଫଳରେ ଓ୍ଵେଷ୍ଟଇଣ୍ଡିଜ, ଭାରତ ଉପରେ ଚାପ ସୃଷ୍ଟି କରିବାରେ ସମର୍ଥ ହୋଇଛି ।  ତେଣୁ ଆସନ୍ତାକାଲି ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମଧ୍ୟ ମିଳିବ।

ଟେଷ୍ଟ ସିରିଜରେ ପରାଜିତ ହେବା ପରେ ଓ୍ଵେଷ୍ଟଇଣ୍ଡିଜ ଦଳ ଏବେ ଦିନିକିଆରେ ନିଜର ପ୍ରଭାବ ବିସ୍ତାର କରି ଖେଳୁଛି। ପ୍ରଥମ ଦୁଇଟି ମ୍ୟାଚରେ ଦଳ ୩୦୦ରୁ ଅଧିକ ରନ ସଂଗ୍ରହ କରିଥିବା ବେଳେ ୩ୟ ମ୍ୟାଚରେ ଭାରତକୁ ୪୩ ରନରେ ପରାସ୍ତ କରିଛି । ତେଣୁ ଦୃଢ଼ ମନୋବଳ ନେଇ ଆନ୍ତାକାଲି ଦଳ ପଡିଆକୁ ଓହ୍ଲାଇବ।

- Advertisement -

ଦଳୀୟ ସ୍ଥିତିକୁ ଲକ୍ଷ୍ୟ କଲେ  ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଖରାପ ଫର୍ମ, ଅମ୍ବତି ରାୟୁଡୁ ବିଫଳ ହେବା ଟିମ୍ ଇଣ୍ଡିଆ ପାଇଁ ସମସ୍ୟା ସୃଷ୍ଟି କରିଛି। ତେବେ ତାଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ସେହିପରି ଋଷଭ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିଲେ ମଧ୍ୟ ତାଙ୍କଠାରୁ ଦଳ ଆହୁରି କିଛି ଭଲ ସ୍କୋର ଆବଶ୍ୟକ କରୁଛି । ସେହିପରି ଶେଷ  ଦୁଇଟି ମ୍ୟାଚ ପାଇଁ କେଦାର ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଯାଦବଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଓ ଅଫ ସ୍ପିନ ବୋଲିଂ ଭାରତ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ। ଅନ୍ୟ ପକ୍ଷରେ ଓପନିଂ ଯୋଡି  ଶିଖର ଧାଓ୍ଵନ ଓ ରୋହିତ ଶର୍ମାଙ୍କ ଠାରୁ ଦଳ ବଡ଼ ସ୍କୋର ଆଶା କରୁଛି। ଅନ୍ୟ ପକ୍ଷରେ ଯଶପ୍ରୀତ ବୁମରା ଦଳକୁ ଫେରି ତୃତୀୟ ଦିନିକିଆରେ ୪ ଓ୍ଵିକେଟ ନେଇଛନ୍ତି।

ତେବେ ଓ୍ଵେଷ୍ଟଇଣ୍ଡିଜ ପାଇଁ ସବୁଠୁ ଅଧିକ ଆଶା ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ସାଇ ହୋପଙ୍କ ଉପରେ ରହିଛି। ସେ ବିଶାଖାପାଟଣାରେ ୧୨୩ ଓ ପୁଣେରେ ୯୫ ରନର ଗରୁତ୍ଵପୂର୍ଣ୍ଣ ସ୍କୋର କରିଥିଲେ। ହେଟମାୟରଙ୍କ ଠାରୁ ମଧ୍ୟ ଦଳ ବଡ଼ ପାଳିର ଆଶା ରଖିଛି। ସେ ସିରିଜରେ ୧୦୬ ଓ ୯୪ ରନର ପାଳି ଖେଳିଛନ୍ତି। ମାର୍ଲନ ସାମୁଏଲ୍ସ  ତୃତୀୟ ଦିନିକିଆରେ  ୩ ଓ୍ଵିକେଟ୍ ନେଇ ବଲରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଭଲ ସ୍କୋର କରିବାରେ ବିଫଳ ହୋଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories