www.samajalive.in
Tuesday, December 9, 2025
19.1 C
Bhubaneswar

ରାଧାପାଦ ସ୍ପର୍ଶକୁ ନେଇ ବିବାଦ

ପୁରୀ: ଅଁଳା ନବମୀରେ ରାଧାପାଦ ସ୍ପର୍ଶକୁ ନେଇ ବିବାଦ ଦେଖାଦେଇଛି। ଏହାକୁ ଶାସ୍ତ୍ର ବିରୋଧୀ ଦର୍ଶାଇ ଏହି ପରମ୍ପରା ବନ୍ଦପାଇଁ ଆଇନଜୀବୀ ବିନାୟକ ପ୍ରସାଦ ମହାନ୍ତି ଦାବି କରିଛନ୍ତି। ରାଜ୍ୟ ଦେବୋତ୍ତର କମିଶନରଙ୍କ ନିକଟରେ ସେ ଅଭିଯୋଗ କରିଛନ୍ତି। ନଭେମ୍ବର ୧୭ରେ ଅଁଳା ନବମୀ ଅନୁଷ୍ଠିତ ହେବ। ସେଦିନ ୩ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ରାଧାପାଦ ସ୍ପର୍ଶ କରିବେ। ସାକ୍ଷିଗୋପୀନାଥଙ୍କ ସହ ପୂଜା ପାଉଥିବା ରାଧାରାଣୀଙ୍କ ପାଦସ୍ପର୍ଶ ଆଦୌ ଉଚିତ ନୁହେଁ ବୋଲି ମୁକ୍ତିମଣ୍ଡପ ପଣ୍ଡିତସଭା ୨୦୦୧ରେ ମତ ଦେଇଥିବା ଶ୍ରୀ ମହାନ୍ତି ଯୁକ୍ତି ବାଢିଛନ୍ତି। ତେଣୁ ସାକ୍ଷିଗୋପାଳ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦ୍ୱାରା ରାଧାପାଦ ସ୍ପର୍ଶ ବ୍ୟବସ୍ଥା ସମ୍ପୂର୍ଣ୍ଣ ନିଷେଧ କରାଯିବାକୁ ସେ ଅନୁରୋଧ କରିଛନ୍ତି। ଏହି ଘଟଣାକୁ ନେଇ ୧୭ବର୍ଷ ତଳେ ବିବାଦ ଦେଖାଦେଇଥିଲା। ଶ୍ରୀସତ୍ୟବାଦୀ ଗୋପୀନାଥଦେବ ଏଣ୍ଡାଓମେଣ୍ଟ ପୁରୀ ମୁକ୍ତିମଣ୍ଡପ ପଣ୍ଡିତସଭାର ମତାମତ ଲୋଡ଼ିଥିଲା। ମୁକ୍ତିମଣ୍ଡପ ପଣ୍ଡିତସଭା ୨୦୦୧ ଫେବୃଆରୀ ୧୯ରେ ଲିଖିତ ପରାମର୍ଶ ଦେଇଥିଲା। ସେଥିରେ କୁହାଯାଇଥିଲାଯେ, କାର୍ତ୍ତିକ ଶୁକ୍ଳ ଦଶମୀ ତିଥିରେ ଭକ୍ତଙ୍କ ଦ୍ୱାରା ଶ୍ରୀରାଧାଙ୍କ ପାଦସ୍ପର୍ଶ ଶାସ୍ତ୍ର ସମ୍ମତ ନୁହେଁ। ଏଥିନେଇ ପଣ୍ଡିତ ରାଧାଚରଣ ଦାଶ ମନ୍ଦିର ଟ୍ରଷ୍ଟବୋର୍ଡକୁ ଦେଇଥିବା ମତାମତ ଶାସ୍ତ୍ର ସିଦ୍ଧାନ୍ତ ଅଟେ। ପ୍ରକୃତପକ୍ଷେ କୌଣସି ବିଗ୍ରହଙ୍କୁ ସର୍ବସାଧାରଣ ସ୍ପର୍ଶ କରିବା ଉଚିତ ନୁହେଁ। ଏହା ଶାସ୍ତ୍ର ବିରୋଧ ବୋଲି ମୁକ୍ତିମଣ୍ଡପ ପଣ୍ଡିତ ସଭା ମତ ଦେଇଥିଲା। ଭକ୍ତମାନେ ରାଧାରାଣୀଙ୍କୁ ଦର୍ଶନ କରିବାରେ କୌଣସି ସମସ୍ୟା ନଥିବା ପଣ୍ଡିତସଭା ମତ ଦେଇଥିଲା। କିନ୍ତୁ ସତ୍ୟବାଦୀ ଗୋପୀନାଥଦେବ ମନ୍ଦିର ଟ୍ରଷ୍ଟବୋର୍ଡ ଏହି ସୁପାରିସକୁ କାର୍ଯ୍ୟକାରୀ ନକରି ଚପାଇ ରଖିଛି। ପ୍ରତିବର୍ଷ ଅଁଳା ନବମୀ ତିଥିରେ ଲକ୍ଷାଧିକ ଭକ୍ତ ସାକ୍ଷିଗୋପାଳ ଯାଇ ରାଧାରାଣୀଙ୍କୁ ଦର୍ଶନ କରିବା ସହ ପାଦସ୍ପର୍ଶ କରି ଆସୁଛନ୍ତି। ଗତବର୍ଷ ଶହ ଶହ ଭିଆଇପି ପାସ୍‍ ବେଆଇନ ଭାବେ ଛପାଯାଇ ବିକ୍ରି ଅଭିଯୋଗ ହୋଇଥିଲା। ଚଳିତବର୍ଷ ଅଁଳା ନବମୀ ପୂର୍ବରୁ ଆଇନଜୀବୀ ଶ୍ରୀ ମହାନ୍ତି ରାଧାପାଦ ସ୍ପର୍ଶକୁ ବିରୋଧ କରି ଦେବୋତ୍ତର କମିଶନରଙ୍କ ନିକଟରେ ଦରଖାସ୍ତ କରିଛନ୍ତି। ଭକ୍ତଙ୍କ ଦ୍ୱାରା ରାଧାରାଣୀଙ୍କ ପାଦସ୍ପର୍ଶ ଶାସ୍ତ୍ରୀୟ ବିଧି ବ୍ୟବସ୍ଥା ଉଲ୍ଲଘଂନ କରୁଥିବା ସେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଦେବୋତ୍ତର କମିଶନର ବିରଜା ପ୍ରସାଦ ଦତ୍ତ କହିଛନ୍ତି ଯେ ରାଧାପାଦ ସ୍ପର୍ଶ ବନ୍ଦପାଇଁ ଶ୍ରୀ ମହାନ୍ତି କରିଥିବା ଦରଖାସ୍ତ ଉପରେ ତର୍ଜମା କରାଯାଉଛି। ଆଗାମୀ ୩ତାରିଖ ଦିନ ସାକ୍ଷିଗୋପାଳରେ ହେବାକୁ ଥିବା ଅଁଳା ନବମୀ ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯିବ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories