www.samajalive.in
Tuesday, December 9, 2025
15.1 C
Bhubaneswar

ଚଉଠିଆ ବାରୁଣା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ଚଉଠିଆ ଠାରେ ରହିଥିବା ଚଉଠିଆ ବାରୁଣା ଉଚ୍ଚ ବିଦ୍ୟାଳର ୬୨ ତମ ବାର୍ଷିକ ଉତ୍ସବ ପାଳିିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସନମତି ସାହୁ ଯୋଗଦାନ କରି କହିଲେ ପୂର୍ବରୁ ଶିକ୍ଷା ଗ୍ରହଣ କରିବା ଦିଗରେ ପିଲା ପିଲା ମାନଙ୍କ ମଧ୍ୟରେ ଶିକ୍ଷାକୁ ପ୍ରତିଯୋଗିତା କରୁଥିଲେ ଯାହା ଫଳରେ ଶିକ୍ଷାର ମାନ ବଢ଼ିବା ସହିତ ଶକ୍ଷିକ ମାନଙ୍କ ମଧ୍ୟରେ ଶିକ୍ଷା ପ୍ରଦାନ କରିବାରେ ଆଗ୍ରହ ବଢ଼ୁଥିଲା। ପିଲା ମାନେ ଶିକ୍ଷା ଗ୍ରହଣ କରିବା ନିମନ୍ତେ ଯେପରୀ କଠିନ ପରିଶ୍ରମ କରୁଥିଲେ ସେହିପରି ପିଲା ମାନେ ନିଜ ନିଜର ଶିକ୍ଷକ ମାନଙ୍କୁ ସେତିକି ଭକ୍ତି ମଧ୍ୟ କରୁଥିଲେ। ପିଲାଙ୍କ କଠିନ ପରିଶ୍ରମ ଏବଂ ଗୁରୁଭକ୍ତି ପିଲା ମାନଙ୍କୁ ଶୀର୍ଷସ୍ଥାନକୁ ନେଇ ପାରୁଥିଲା। ତା ସହିତ ଶ୍ରେଣୀରେ ଶିକ୍ଷକ ମାନେ ଶିକ୍ଷା ପ୍ରଦାନ କରିବା ସମୟରେ ମନଦେଇ ଶୁଣିବା ଏବଂ ଶିକ୍ଷକ ମାନଙ୍କୁ କାହିଁକି ଏବଂ କିପରୀ ବୋଲି ପ୍ରଶ୍ନ କଲେ ଶିକ୍ଷାର ମାନ ବୃଦ୍ଧି ହୋଇ ପାରିବ ବୋଲି କହିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ବ୍ଲକ ଶିକ୍ଷାଅଧିକାରୀ ଦୁଃଶାସନ ସିଂହ ଯୋଗଦାନ କରି କହିଲେ ପ୍ରତିପିଲା ଶୃଙ୍ଖଳା ସହିତ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ ଚନ୍ଦ୍ର ମହାନ୍ତ, ବିଦ୍ୟାଳୟ ପରିଚାଳନା ସଭାପତି ସାଧୁ ଚରଣ ମହାନ୍ତ ଯୋଗଦାନ କରି ପିଲା ମାନଙ୍କୁ ଯୋଗାସନ କରିବା ଦ୍ୱାରା ମନ ପ୍ରଫଲ ରହିବା ସହିତ ଶିକ୍ଷା ଗ୍ରହଣ କରିବା ଦିଗରେ ଆଗ୍ରହ ରହିଥିବାଲ ବୋଲି କହିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଗୁଣନିଧି ମହାନ୍ତ ଅତିଥି ପରିଚୟ ପ୍ରଦାନ କରିବା ସହିତ ଶେଷରେ ଧନ୍ୟବାର୍ଦ ଅର୍ପଣ କରିଥିଲେ। ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡା ପ୍ରତି ଯୋଗିତାରେ କୃତିତ୍ୱ ଅର୍ଜନ ଲାଭ କରିଛନ୍ତି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories