www.samajalive.in
Sunday, December 7, 2025
18.1 C
Bhubaneswar

ବିଶେଷଜ୍ଞଙ୍କ ମତ : ଅଧିକ ଲୁଣ ଥିବା ଖାଦ୍ୟର ସେବନ ମାରାତ୍ମକ ରୋଗର କାରଣ

ବର୍ତ୍ତମାନ କର୍ମବ୍ୟସ୍ତତା ହେଉ ଅଥବା ପରିବର୍ତ୍ତନଶୀଳ ଜୀବନଶୈଳୀ କାରଣରୁ ଅଧିକାଂଶ ମାନସିକ ଦୁଶ୍ଚିନ୍ତାରେ ରହିଥାଆନ୍ତି । ନିଜର ଖାଦ୍ୟପେୟ ଓ କାର୍ଯ୍ୟକଳାପ ମସ୍ତିଷ୍କ ଉପରେ ଅନେକ ପ୍ରଭାବ ପକାଇଥାଏ । ତେବେ ବିଶେଷ କରି କାମର ଅଧିକ ପ୍ରଭାବ, ପାରିବାରିକ ସମସ୍ୟା ଓ ଦାୟିତ୍ୱ କାରଣରୁ ସଭିଏଁ ଚିନ୍ତାଗ୍ରସ୍ତ ରଖିଥାଆନ୍ତି । ମାତ୍ର ବର୍ତ୍ତମାନ ଏକ ଅଧ୍ୟୟନ ଅନୁଯାୟୀ ବିଶେଷଜ୍ଞଙ୍କ ମତରେ ସଠିକ ଭାବେ ଖାଦ୍ୟପେୟ ସେବନ ନକରିବା ଦ୍ୱାରା ଏହାସହ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ନଦେବା ଦ୍ୱାରା ଏହା ମସ୍ତିଷ୍କ ଉପରେ ଅନେକ ପ୍ରଭାବ ପକାଇଥାଏ । ଦୁଶ୍ଚିନ୍ତା ବଢାଇଥାଏ ।
ଅଧ୍ୟୟନ ଅନୁଯାୟୀ, ନିଜ ଖାଦ୍ୟରେ ଅଧିକ ଲୁଣ ସେବନ କରୁଥିଲେ, ଅଧିକ ଲୁଣ ବ୍ୟବହାର ହେଉଥିବା ଖାଦ୍ୟ ଖାଇଲେ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇଥାଏ । ଅନେକ ଲୋକେ ଭୋଜନରେ ଅଧିକ ଲୁଣ ଖାଇବାକୁ ପସନ୍ଦ କରିଥାଆନ୍ତି । ତାଙ୍କର ଏହି ଅଭ୍ୟାସ ପାଇଁ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି ହେବା ସହ ଅନେକ ଗମ୍ଭୀର ରୋଗର କାରଣ ପାଲଟିଥାଏ ।
ବିଶେଷ କରି ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ ରୋଗୀଙ୍କୁ  କମ୍‍ ଲୁଣ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ବିଶେଷଜ୍ଞଙ୍କ ମତାନୁଯାୟୀ, ଅଧିକ ଲୁଣ ସେବନ କରିବା ଦ୍ୱାରା ମସ୍ତିଷ୍କ ଉପରେ କୁପ୍ରଭାବ ପଡିଥାଏ । ମସ୍ତିଷ୍କ ଉପରେ ପ୍ରାୟ ୭୫% ଯାଏଁ ପ୍ରଭାବ ପକାଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‍ କ୍ଷତିକାରକ ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଉତ୍ତମ ସ୍ୱାସ୍ଥ୍ୟ ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଗୋଟିଏ ଦିନରେ ପ୍ରାୟ ୬ ଗ୍ରାମ ଲୁଣ ସେବନ କରିବା ଆବଶ୍ୟକ । ମାତ୍ର ଅଧିକାଂଶ ଲୋକେ ଦିନ ମଧ୍ୟରେ ପ୍ରାୟ ୯ ଗ୍ରାମ ଲୁଣର ବ୍ୟବହାର କରିଥାଆନ୍ତି । ଅଧିକ ଲୁଣର ସେବନ ହୃଦରୋଗ, ହୃଦ ଜନିତ ସମସ୍ୟା,ଷ୍ଟ୍ରୋକ୍‍ର ସମ୍ଭାବନା ଅଧିକ ସୃଷ୍ଟି ହୋଇଥାଏ । ଅଧିକ ଲୁଣର ସେବନ ଦ୍ୱାରା ବ୍ୟବହାରରେ ପରିବର୍ତ୍ତନ ସହ ଚିଡଚିଡାପଣ ବୃଦ୍ଧି ପାଇଥାଏ ।ଏହାସହ ଅନ୍ୟାନ୍ୟ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ ।

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories