www.samajalive.in
Sunday, December 7, 2025
23.1 C
Bhubaneswar

ତତ୍କାଳ ‘ତିନି ତଲାକ’ ଦେଇ ଯୁବକ ଗିରଫ

ଝାବୁଆ: ସୁପ୍ରିମକୋର୍ଟ ରାୟ ଉଲ୍ଳଂଘନ କରିବା ମହଙ୍ଗା ପଡ଼ିଛି ମଧ୍ୟପ୍ରଦେଶର ଜଣେ ଯୁବକଙ୍କୁ। ମୁସଲିମ୍‍ ପରମ୍ପରାରେ ଥିବା ତିନି ତଲାକ ଜରିଆରେ ଛାଡ଼ପତ୍ର ପ୍ରଥାକୁ ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ନମାନି ଆରିଫ୍‍ ହୁସେନ୍‍ ନାମକ ୩୨ ବର୍ଷୀୟ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ତତ୍କାଳ ‘ତିନି ତଲାକ’ ଜରିଆରେ ଛାଡ଼ପତ୍ର ଦେଇଥିଲେ। ମହିଳା ଜଣକ ମେଘନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆରିଫ୍‍ଙ୍କୁ ଗିରଫ କରିଛି। ମୁସଲିମ୍‍ ୱିମେନ୍‍(ପ୍ରୋଟେକସନ୍‍ ଅଫ୍‍ ରାଇଟ୍‍ସ ଅନ୍‍ ମ୍ୟାରେଜ) ଅଧ୍ୟାଦେଶ ୨୦୧୮ ଓ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୪୯୮(କ), ୩୨୩ ବଳରେ ତାଙ୍କୁ ଗିରଫ କରାଯାଇଛି।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୧୦ ବର୍ଷ ପୂର୍ବେ ସେ ଆରିଫ୍‍ଙ୍କୁ ବିବାହ କରିଥିଲେ। ଦୁଇଟି ସନ୍ତାନ ଜନ୍ମ ହେବା ପରେ ସେ କ୍ରମଶଃ ମୋଟୀ ହୋଇଯାଇଥିଲେ। ଏହାପରେ ଆରିଫ୍‍ ଓ ତାଙ୍କର ପରିବାର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ଗତ ୧୧ ତାରିଖରେ ତାଙ୍କୁ ଘରୁ ବାହାର କରିଦିଆଯାଇଥିଲା। ମହିଳା ଜଣକ ତାଙ୍କ ଭାଇଙ୍କ ଘରକୁ ଚାଲି ଯାଇଥିଲେ। ତା’ ପରଦିନ ଆରିଫ୍‍ ଓ ତାଙ୍କ ପରିବାର ଲୋକେ ସେଠାକୁ ଆସି ଯୁକ୍ତିତର୍କ କରିଥିଲେ। ତା’ ପରେ ହଠାତ୍‍ ଆରିଫ୍‍ ତାଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ତତ୍କାଳ ତିନି ଥର ତଲାକ୍‍ କହିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories