www.samajalive.in
Monday, December 8, 2025
16.1 C
Bhubaneswar

ଆପଣଙ୍କର ଅଛି କି ଚା’ ସହ ପକୁଡି ଖାଇବା ଅଭ୍ୟାସ?

ଦିନସାରା କର୍ମ ବ୍ୟସ୍ତତା ମଧ୍ୟରେ ଅନେକ ଲୋକେ ବାରମ୍ବାର ଚା’ ପିଇବାକୁ ପସନ୍ଦ କରିଥାଆନ୍ତି । ଏଭଳି କରିବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ ବୋଲି ଅନେକଙ୍କ ମତ । ଚା’ ପ୍ରେମୀଙ୍କ ପାଇଁ ଚା’ ସେବନ ସେମାନଙ୍କ ଦୈନନ୍ଦିନ କାମ ମଧ୍ୟରୁ ଗୋଟିଏ । ଲେମନ୍‌ ଟି, ବ୍ଲାକ୍‌ ଟି, ଗ୍ରୀନ ଟି ସଭିଁଙ୍କ ପାଇଁ ଅନେକ ବିକଳ୍ପ ରହିଛି । ସେହିପରି ଲୋକେ ଘରେ ମଧ୍ୟ ସାଧାରଣତଃ ୨ ରୁ ୩ ଥର ଚା’ ପିଇଥାଆନ୍ତି । ଏହାସହ ଚା’ ପିଇବା ସମୟରେ ବିସ୍କୁଟ୍‌ କିମ୍ବା ବିଭିନ୍ନ ପ୍ରକାର ଛଣାଛଣି ଓ ପକୁଡି ମଧ୍ୟ ଖାଇଥାଆନ୍ତି । ମାତ୍ର ଚା’ ସହ କେଉଁ କେଉଁ ଜିନିଷ ଖାଇବା ଅନୁଚିତ, ତାହା ଜାଣିବା ନିତାନ୍ତ ଆବଶ୍ୟକ । ନଚେତ୍‌ ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ଜାଣନ୍ତୁ..
ଅଧିକାଂଶ ଲୋକେ ଚା’ ସହ ବିଭିନ୍ନ ଛଣାଛଣି ବିଶେଷ କରି ବେସନ ପକୁଡି ଖାଇବା ସାଧାରଣ କଥା । ମାତ୍ର ଏହା ହଜମ କ୍ରିୟାକୁ ଖୁବ ପ୍ରଭାବିତ କରିଥାଏ । ପେଟକୁ ଏହି ୨ଟି ଜିନିଷ ଯିବା ପରେ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହାକୁ ଆଦୌ ଏକାଠି ଖାଆନ୍ତୁ ନାହିଁ ।
ଲେମନ୍‌ ଟିକୁ ଓଜନ ହ୍ରାସ ପାଇଁ ସବୁଠାରୁ ଉତ୍ତମ ସ୍ରୋତ ବୋଲି କୁହାଯାଏ । ମାତ୍ର ଚା’ପତିର ଓ ଲେମ୍ବୁ ରସ ଏକାଠି ମିଶିବା ପରେ ଏହାଦ୍ୱାରା ଏକ ପ୍ରକାର ଏସିଡ୍‌ ସୃଷ୍ଟି ହୋଇଥାଏ । ଯାହା ପେଟରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ । ପେଟ ଯନ୍ତ୍ରଣା, ପେଟ ଫୁଲିବା ଭଳି ସମସ୍ୟା ଦେଖାଦେଇଥାଏ । ଲେମ୍ବୁ ମିଶ୍ରିତ ଯେକୌଣସି ଜିନିଷକୁ ଚା’ ସହ ଆଦୌ ଏକାଠି ଖାଆନ୍ତୁ ନାହିଁ । ଏହା ଏସିଡିଟି ସହ ଅନେକ ପେଟ ସମସ୍ୟା ସୃଷ୍ଟି କରିଥାଏ ।
ଚା’ ସହ ହଳଦୀ ମିଶ୍ରିତ କୌଣସି ଖାଦ୍ୟଜିନିଷର ସେବନ କରନ୍ତୁ ନାହିଁ । ଏହାଦ୍ୱାରା ପେଟରେ ଗ୍ୟାଷ୍ଟ୍ରିକ୍‌, କୋଷ୍ଠକାଠିନ୍ୟ ଓ ପ୍ରବଳ ମାତ୍ରାରେ ଏସିଡିଟି ହୋଇଥାଏ । ତେଣୁ ହଳଦୀ ବ୍ୟବହାର ହୋଇଥିବା ଜିନିଷକୁ ଚା’ ସହ ଏକାଠି ଖାଆନ୍ତୁ ନାହିଁ ।
ଅନେକ ଲୋକେ ଥଣ୍ଡା ସହ ଉଷୁମ ପାନୀୟକୁ ଏକାଠି ସେବନ କରିବା ପସନ୍ଦ କରିଥାଆନ୍ତି । ମାତ୍ର ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଚା’ ପିଇବା ପରେ ପ୍ରାୟ ୩୦ ମିନିଟ୍‌ ଯାଏଁ ଥଣ୍ଡା ଜିନିଷର ସେବନ କରନ୍ତୁ ନାହିଁ । ଚା’ ସହ ଥଣ୍ଡା ଜିନିଷର ଏକାଠି ସେବନ ଦ୍ୱାରା ବ୍ୟସ୍ତଲାଗିବା ଭଳି ଅନୁଭବ ହେବା ପାଚନ କ୍ରିୟା ଉପରେ କୁପ୍ରଭାବ ପକାଇଥାଏ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories