www.samajalive.in
Monday, December 8, 2025
16.1 C
Bhubaneswar

ଟ୍ରେନ୍‌ରେ ଚଢୁଥିବା ବେଳେ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ୨ନଂ ପ୍ଲାଟଫର୍ମରେ ଚଳନ୍ତା ତିରୁପତି ଏକ୍ସପ୍ରେସ ଟ୍ରେନ୍‌ରେ ଚଢୁଥିବା ବେଳେ ଖସି ପଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଜିଆରପି ପୁଲିସ  ପହଞ୍ଚି ମୃତଦେହ ଉଦ୍ଧାର କରିଛି।
ପ୍ରାପ୍ତ ସୂଚନାମୁତାବକ ଗତକାଲି ରାତିରେ ଷ୍ଟେସନରେ ଜଣେ ଯୁବକ ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିବା ସମୟରେ , ଉକ୍ତ ଯୁବକଙ୍କ ଗୋଡ ଖସିଯାଇ ତଳେ ପଡ଼ିଯାଇଥିଲେ। ତାଙ୍କ ଉପରେ ଟ୍ରେନ୍ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଯୁବକ ଜଣଙ୍କ ବିଳାସପୁର ତିରୁପତି ଟ୍ରେନରେ ଯିବା ପାଇଁ ଆସୁଥିବାବେଳେ ଟ୍ରେନଟି ଷ୍ଟେସନରୁ ଛାଡୁଥିବା ଦେଖି ଦୌଡ଼ିକି ଚଢୁଥିବା ସମୟରେ ଏଭଳି ଘଟଣା ଘଟିଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇଁ ଘଟଣାସ୍ଥଳରେ ଜିଆରପି ଫାଣ୍ଡି ଅଧିକାରୀ ସବ ଇନ୍ସପେକ୍ଟର ସୀତାରାମ ସୁନାରି ପହଞ୍ଚି ଶବ ଜବତ କରିବା ସହ ଆଜି କଣ୍ଟାବାଞ୍ଜି ଡାକ୍ତର ଖାନରେ ଶବ ବ୍ୟବଚ୍ଛେଦ କରିବା ସହ ପରିଚୟ ମିଳି ନଥିବାରୁ ମୃତଦେହ ରଖିଥିବା ଜି. ଆର. ପି ପୁଲିସ ସୂଚନା ଦେଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories