www.samajalive.in
Monday, December 8, 2025
14.1 C
Bhubaneswar

ଶାସ୍ତ୍ରରେ ରହିଛି ଭୋଜନର ୫ଟି ନିୟମ ; ପାଳନ କଲେ ହେବେ ଲାଭବାନ୍‌

କଥାରେ ଅଛି ମନୁଷ୍ୟ ନିଜ ଜୀବନରେ ଶାନ୍ତିରେ ଦୁଇ ବକ୍ତ ଖାଦ୍ୟ ଖାଇବା ପାଇଁ ସକାଳୁ ରାତି ଯାଏଁ ପରିଶ୍ରମ କରିଥାଏ । ମାତ୍ର ଅନେକ ସମୟରେ କର୍ମବ୍ୟସ୍ତତା ମଧ୍ୟରେ ହେଉ ଅଥବା ଜାଣତରେ ଅଜାଣତରେ ଏଭଳି କିଛି ଭୁଲ ହୋଇଯାଏ, ଯାହାର କୁପ୍ରଭାବ ଜୀବନ ଉପରେ ପଡିଥାଏ । ଧାର୍ମିକ ଶାସ୍ତ୍ରରେ ଏଭଳି କେତେକ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାର ପାଳନ କରିବା ଦ୍ୱାରା ଶୁଭଫଳ ମିଳିଥାଏ । ସେଗୁଡିକର ଅବମାନନା କରିବା ଦ୍ୱାରା ଜୀବନରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି । ଯେପରି ଗୁରୁବାରରେ ନଖ ଓ କେଶ ନକାଟିବା, ମଙ୍ଗଳବାର ଓ ଶନିବାର ନଖ ନକାଟିବା,ସନ୍ଧ୍ୟା ସମୟରେ ନ ଶୋଇବା ଆଦି । ଏଭଳି ହିଁ ଭୋଜନ ସମୟରେ ମଧ୍ୟ କେତେକ ନିୟମ ପାଳନ କରିବା ନେଇ ଶାସ୍ତ୍ରରେ ମାନ୍ୟତା ରହିଛି । ଜାଣନ୍ତୁ..
ଶାସ୍ତ୍ର ଅନୁଯାୟୀ ଯେଉଁ ସମୟରେ ଭୋଜନ କରୁଛନ୍ତି, ଭୋଜନ ଥାଳି ରଖାହେବା ମାତ୍ରେ ଭୋଜନ ମନ୍ତ୍ର ଉଚ୍ଚାରଣ କରନ୍ତୁ । ନଚେତ୍‌ ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରି ଭୋଜନ କରନ୍ତୁ । ପ୍ରଣାମ କରନ୍ତୁ । ଏଭଳି କରିବା ଦ୍ୱାରା ଖାଦ୍ୟ ସେବନ ପରେ ଏହା ମାନସିକ ଓ ଶାରୀରିକ ଭାବେ ଶାନ୍ତି ପ୍ରଦାନ କରିଥାଏ । ଶରୀରକୁ ସୁସ୍ଥ ରଖିଥାଏ ।
ସର୍ବଦା ଭୂମିରେ ଆସନ ପକାଇ ଭୋଜନ କରିବା ଉଚିତ । ଏହାଦ୍ୱାରା ପୃଥିବୀର ସକରାତ୍ମକ ତରଙ୍ଗ ପାଦ ମାଧ୍ୟମରେ ଆମ ଶରୀରରେ ପ୍ରବେଶ କରିଥାଏ । ଭୋଜନ କରିବା ସମୟରେ ମନୁଷ୍ୟ ସକରାତ୍ମକ ରହିଥାଏ ଫଳରେ ଶରୀର ଉପରେ ମଧ୍ୟ ଏହାର ଉତ୍ତମ ପ୍ରଭାବ ପଡିଥାଏ ।
ଶାସ୍ତ୍ର ଅନୁଯାୟୀ, ଭୋଜନ ଥାଳିରେ କଦାପି ଏକାସହ ୩ଟି ରୁଟି ରଖି ଖାଆନ୍ତୁ ନାହିଁ । ଏକାସହ ୩ଟି ରୁଟି ମଧ୍ୟ ପରଷନ୍ତୁ ନାହିଁ । କୌଣସି ଶୁଭ କାର୍ଯ୍ୟରେ ୩ ଅଙ୍କ ବିଶିଷ୍ଟ ଜିନିଷ ବାରଣ କରାଯାଇଥାଏ । ଭୋଜନ ମଧ୍ୟ ଶୁଭ। ତେଣୁ ଏକାସହ ୩ ସଂଖ୍ୟାରେ ପରଷା ଯିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ ।
ଶାସ୍ତ୍ର ଅନୁଯାୟୀ, ଆବଶ୍ୟକତା ଅନୁସାରେ ହିଁ ଥାଳିରେ ଭୋଜନ ନିଅନ୍ତୁ । ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ । ଅଧିକ ଭୋଜନ ନେଇ ଥାଳିରେ ଏହାକୁ ନଷ୍ଟ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ଭୋଜନର ମଧ୍ୟ ଅସମ୍ମାନ ହୋଇଥାଏ ।
ଖାଦ୍ୟ ଖାଇବା ପରେ ଭୋଜନ ଥାଳିରେ କଦାପି ହାତ ଧୁଅନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଯିବା ସହ ଅଭାବ ଓ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories