www.samajalive.in
Tuesday, December 9, 2025
17.1 C
Bhubaneswar

ଓ୍ଵେଷ୍ଟଇଣ୍ଡିଜ ସିରିଜର ଶେଷ ୩ଟି ଦିନିକିଆ ; ଭୁବି ଓ ବୁମରାଙ୍କ ପ୍ରତ୍ୟାବର୍ତ୍ତନ

ମୁମ୍ବଇ : ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଚଳିତ ଦିନିକିଆ ସିରିଜର ଶେଷ ତିନୋଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥର ଭୁବନେଶ୍ଵର କୁମାର ଓ ଯଶପ୍ରୀତ ବୁମରା ଦଳକୁ ଫେରିଛନ୍ତି । ପ୍ରଥମ ଦୁଇଟି ଦିନିକିଆ ପାଇଁ ଏମାନଙ୍କୁ ବିଶ୍ରାମ ଦିଆଯାଇଥିଲା । ତେବେ ମହମ୍ମଦ ସାମି ଓ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରୁ ବାଦ୍ ଦିଆଯାଇଛି।

ଚଳିତ ସିରିଜର ତୃତୀୟ ମ୍ୟାଚ୍ ଅକ୍ଟୋବର ୨୭ରେ ପୁଣେରେ, ୨୯ରେ ମୁମ୍ବାଇରେ ଓ ନଭେମ୍ବର ୧ରେ ତିରୁଅନନ୍ତପୁରମରେ ଖେଳାଯିବ।

- Advertisement -

ସୂଚନାଯୋଗ୍ୟ  ଗତ ୨୧ରେ ଗୌହାଟୀରେ ଖେଳାଯାଇଥିବା  ସିରିଜର ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ୮ ଓ୍ଵିକେଟରେ ବିଜୟୀ ହୋଇଥିବା ବେଳେ ବିଶାଖାପାଟଣାରେ ଅନୁଷ୍ଠିତ  ଦ୍ଵିତୀୟ ମ୍ୟାଚ ଟାଇ ରହିଥିଲା। ତେବେ ଦିନିକିଆ ସିରିଜ ପରେ  ଦୁଇ ଦଳ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ  ଟି-୨୦ ସିରିଜ୍ ଖେଳାଯିବ।  ନଭେମ୍ବର ୪ରେ କୋଲକାତା, ୬ରେ ଲକ୍ଷ୍ନୌ ଓ ନଭେମ୍ବର ୧୧ରେ ଚେନ୍ନାଇରେ ଟି-୨୦ ମ୍ୟାଚ ଖେଳାଯିବ। ପୂର୍ବରୁ ଅନୁଷ୍ଠିତ ୨ଟି ଯାକ ଟେଷ୍ଟ ମ୍ୟାଚରେ ଭାରତ ଓ୍ଵେଷ୍ଟଇଣ୍ଡିଜକୁ ପରାସ୍ତ କରିଛି।

ଭାରତୀୟ ଦଳବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବତି ରାୟୁଡୁ, ମନୀଷ ପାଣ୍ଡେ, ଏମଏସ୍ ଧୋନୀ, ଋଷଭ  ପନ୍ତ, ରବୀନ୍ଦ୍ର ଜାଡ଼େଜା, ୟୁଜୁବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଖଲିଲ ଅହମ୍ମଦ, ଭୁବନେଶ୍ଵର କୁମାର, କେ.ଏଲ ରାହୁଲ, ଯଶପ୍ରୀତ ବୁମରା ଓ ଉମେଶ ଯାଦବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories