www.samajalive.in
Sunday, December 7, 2025
16.1 C
Bhubaneswar

ଇଡ଼କୋ ଜମି ଅଧିଗ୍ରହଣକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ବିରୋଧ ଏବଂ ପ୍ରତିବାଦ ସଭା 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲ୍ଲା ମୌଜାରେ ଥିବା ୪ଶହ ଏକର ପରିମିତ ଜମିରେ ଶିଳ୍ପର ବିକାଶ ପାଇଁ ଇଡ଼କୋ ଜମି ଅଧିଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।ମାତ୍ର ଉକ୍ତ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ସ୍ଥାନୀୟ କୁଶପଲ୍ଲା ଗ୍ରାମ ଏବଂ ଏହାର ଆଖ ପାଖ ଗ୍ରାମର ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଖାଦେଇଛି । ତାର ଫଳ ସ୍ୱରୂପ ଲୋକମାନେ ଆଜିଠାରୁ କୁଶପଲ୍ଲା ଖେଳ ପଡ଼ିଆରେ ପ୍ରତିବାଦ ସଭା କରି ବିଦ୍ରୋହ କରିବା ଆରମ୍ଭ କରିଛନ୍ତି । ଗତ ମାସରେ ଖୋର୍ଦ୍ଧା ଜିଲ୍ଲାପାଳ ,ଏସ ପି ,ସ୍ଥାନୀୟ ବିଧାୟକ, ତହସିଲଦାର ଏବଂ ଇଡ଼କୋଯନ୍ତ୍ରୀ ପ୍ରମୁଖ ସମ୍ପୃକ୍ତ ସ୍ଥାନ ପରିଦର୍ଶନ କରି ଜମି ଚିହ୍ନଟ କରିଥିଲେ ।ତେବେ ଏହି ଜାଗା ଭିତରେ କାଜୁ ନିଗମ ତରଫରୁ ଆଦିବାସି ମାନଙ୍କୁ ଲିଜ ସୂତ୍ରରେ ଜମି ଦେଇ ସେମାନଙ୍କ ଆର୍ଥିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଶହ ଶହ କାଜୁ ଗଛ ଲଗାଯାଇ ଜଙ୍ଗଲ ସୃଷ୍ଟି କରାଯାଇଛି ।
ଏହା ବ୍ୟତୀତ କୁଶପଲ୍ଲା ,ବଡବେରେଣା ,କୋଲୁହା ପାଟଣା ଏବଂ ସିମୋର ଗ୍ରାମର ଚାରଣ ଭୂଇଁ ନଷ୍ଟ ହେବା ସହିତ ଗ୍ରାମ୍ୟ ଜଙ୍ଗଲ ,ଗ୍ରାମ୍ୟ ସ୍ମଶାନ ,କବରସ୍ଥାନ, ଜଳାଶୟ ,ଧାନକ୍ଷେତ, ଐତିହାସିକ କୀର୍ତିରାଜି ଓ ଖେଳ ପଡିଆ ମଧ୍ୟ ଧ୍ୱଂସ ପାଇବ । ଏହା ଅଂଚଳବାସୀଙ୍କର ଘୋର କ୍ଷତି ସାଧନ କରିବା ସହିତ ପରିବେଶ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିବ । ତେଣୁ ଏହି ପରିପ୍ରେକ୍ଷୀରେ ଆଜି କୁଶପଲ୍ଲା ଗ୍ରାମ୍ୟ କମିଟି ତରଫରୁ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଗ୍ରାମ୍ୟ କମିଟି ସଭାପତି ମହମ୍ମଦ ମଇଉଦ୍ଦିନ ଅହମ୍ମଦ ,ସମ୍ପାଦକ ରମାକନ୍ତ ପାତ୍ର ,ୱାର୍ଡ ମେମ୍ବର,ସର୍ବେଶ୍ୱର ମହାନ୍ତି ,ରମାକାନ୍ତ ନାୟକ ,ଖୋର୍ଧାର ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ,ବେଗୁନିଆ ସରପଞ୍ଚ ସତ୍ୟନାରାୟଣ ପ୍ରଧାନ ,ସମିତିସଭ୍ୟ ପ୍ରକାଶ କୁମାର ବଳିଆରସିଂହ ,ଶ୍ରୀନିବାସ ରାୟ ,ଏସ କେ ହାଜି ମୋବାରକ ଅଲ୍ଲୀ ,ବଡବେରେଣା ସରପଞ୍ଚ ଅସିତ କୁମାର ତ୍ରିପାଠୀ ,ଭୋଳ।ନାଥ ମହାପାତ୍ର, ହେପିଜୁର ରହେମାନ ,ମୋହସିନ ଏବଂ ଶରତ ଚମ୍ପତ୍ତି ପ୍ରମୁଖ ଉପସ୍ଥିତ ଜନସାଧାରଣଙ୍କୁ କୌଣସି ପ୍ରକାରେ ଇଡ଼କୋକୁ ଜମି ହସ୍ତାନ୍ତର କରାଯିବ ନାହିଁ ବୋଲି କହିଥିଲେ । ଏହି ପ୍ରତିବାଦ ସଭାରେ ବହୁ ସଂଖ୍ୟକ ମହିଳା , ଯୁବକ ଏବଂ ବୟସ୍କ ଲୋକମାନେ ବିଭିନ୍ନ ପ୍ଲା କାର୍ଡ ଧରି ଇଡ଼କୋ ଏଠାରୁ ଫେରିଯିବା ପାଇଁ ସ୍ଲୋଗାନ ଦେଇଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories