www.samajalive.in
Sunday, December 7, 2025
18.1 C
Bhubaneswar

ବାସ୍ତୁ ନିୟମ : କେଉଁ ଠାରେ ରଖିବେ ଚାବି

ସମସ୍ତ ଘରେ ମୁଖ୍ୟ ଦରଜା ଠାରୁ ଆରମ୍ଭ କରି ଆଲମିରା ଯାଏଁ ଏହାକୁ ସୁରକ୍ଷିତ ରଖିବା ପାଇଁ ତାଲା-ଚାବିର ବ୍ୟବହାର କରାଯାଇଥାଏ । ଏହାସହ ଚାବିକୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକ ଘରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ମଧ୍ୟ ଥାଏ । ଯେଉଁଠାରେ ଚାବି ରଖିଲେ ଏହା ସୁରକ୍ଷିତ ଭାବେ ରହିବା ସହ ଖୋଜିବାରେ କୌଣସି ସମସ୍ୟା ହୋଇନଥାଏ । ବାସ୍ତୁ ଶାସ୍ତ୍ରରେ ମଧ୍ୟ ଚାବି ସହ ଜଡିତ ଅନେକ ନିୟମ ରହିଛି । ବାସ୍ତୁ ନିୟମ ଅନୁଯାୟୀ, ଚାବି ରଖିବା ଦ୍ୱାରା ଘରେ ଅନେକ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ପୁଣ୍ୟଫଳ ସହ ଜୀବନରେ ଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ମାତ୍ର ଭୁଲ ସ୍ଥାନରେ ଚାବି ରଖିବା ଦ୍ୱାରା ଜୀବନରେ ଏହାର କୁପ୍ରଭାବ ପଡିଥାଏ । ତେବେ ବାସ୍ତୁ ଅନୁଯାୟୀ, ଜାଣନ୍ତୁ କେଉଁ ସ୍ଥାନରେ ରଖିବେ ଚାବି..
ଯେକୌଣସି ଗାଡିର ଚାବିକୁ ଏଣେତେଣେ ରଖନ୍ତୁ ନାହିଁ କିମ୍ବା ପକାନ୍ତୁ ନାହିଁ । ଚାବି ରଖିବାକୁ ସର୍ବଦା ଚାବି ପାଇଁ ମିଳୁଥିବା ଚାବି ଷ୍ଟାଣ୍ଡର ବ୍ୟବହାର କରନ୍ତୁ । ଏହାସହ ଚାବି ରିଙ୍ଗ୍‌ ବ୍ୟବହାର କରନ୍ତୁ । ଏପରି କରିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ । ଦେବୀଦେବତା ଥିବା ଚାବି ରିଙ୍ଗ୍‌ର ବ୍ୟବହାର କରନ୍ତୁ ନାହିଁ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଥିବା ରୋଷେଇ ଘରେ ମା’ଲକ୍ଷ୍ମୀଙ୍କ ବାସ ବୋଲି କୁହାଯାଏ । ରୋଷେଇ ଘରେ ଚାବି ରଖିବା ଅଶୁଭ ବୋଲି ବିବେଚନା କରାଯାଏ । ତେଣୁ ରୋଷେଇ ଘରେ ଚାବି ରଖନ୍ତୁ ନାହିଁ ।
ଚାବିକୁ ଅନେକ ସମୟରେ ବିଭିନ୍ନ ସ୍ଥାନରେ ବ୍ୟବହାର କରାଯାଉଥିବାରୁ ପୂଜା ଘରେ ଏହାକୁ ଆଦୌ ରଖନ୍ତୁ ନାହିଁ । ପୂଜା ଘରେ ଚାବି ରଖିବା ଦ୍ୱାରା ଜାତକରେ କୁପ୍ରଭାବ ପଡିବା ସହ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ।
ଚାବି ମୁଖ୍ୟତଃ ଧାତୁରେ ତିଆରି । ଏହାକୁ ରଖିବାକୁ ସଠିକ ଦିଗ ଜାଣିବା ମଧ୍ୟ ଆବଶ୍ୟକ । ଭୁଲ୍‌ ଦିଗରେ ଚାବି ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିବା ସହ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ । ପଶ୍ଚିମ ଦିଗରେ ଚାବି ରଖିପାରିବେ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଚାବି ଗୁଡିକୁ ଡ୍ରଇଙ୍ଗ ରୁମ୍‌ରେ କଦାପି ରଖନ୍ତୁ ନାହିଁ । ଘରକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କ ନଜର ଡ୍ରଇଙ୍ଗ ରୁମ୍‌ରେ ଥିବା ଚାବି ଉପରେ ପଡିଥାଏ । ଏହାର କୁପ୍ରଭାବ ଜୀବନରେ ପଡିଥାଏ ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories