www.samajalive.in
Sunday, December 7, 2025
14.1 C
Bhubaneswar

ଅନଲାଇନରେ ଭତ୍ତା, ଈଶ୍ୱର ମାଝିଙ୍କ ୩ ମାସର ଭତ୍ତା ଗାଏବ୍‌‌

ରେଙ୍ଗାଲି: ସରକାର ଅସହାୟ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ପେନସନ୍‌‌ ଯୋଜନା ମାଧ୍ୟମରେ ପ୍ରତି ମାସ ଭତ୍ତା ଯେଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ପ୍ରଥମେ ଏହି ପେନସନ୍‌‌ ପଞ୍ଚାୟତ ମାଧ୍ୟମରେ ହିତାଧିକାରୀଙ୍କ ହାତରେ ଦିଆଯାଉଥିଲା। କିନ୍ତୁ ଗତ କିଛି ମାସ ହେଲା ଅନଲାଇନ୍‌‌ ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ୍‌‌ ପାସବୁକରେ ପେନସନ୍‌‌ ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି। ଅନଲାଇନରେ ଭତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ପରେ ଅନେକ ହିତାଧିକାରୀ ନିୟମିତ ଭତ୍ତା ପାଉନାହାନ୍ତି ବୋଲି ଅଭିଯୋଗ ହେଉଛି। ରେଙ୍ଗାଲି ବ୍ଲକ ରେଙ୍ଗଲୋଇ ଗ୍ରାମ ଈଶ୍ୱର ମାଝି ନାମକ ଜନୈକ ବୃଦ୍ଧ ଗତ ଜୁନ୍‌‌, ଜୁଲାଇ ଏବଂ ଅଗଷ୍ଟ ୩ ମାସର ଭତ୍ତା ପାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।

ପଞ୍ଚାୟତରୁ ପ୍ରତିମାସ ଭତ୍ତା ମିଳୁଥିଲା। ଅନଲାଇନ୍‌‌ ବ୍ୟବସ୍ଥା ହେଲା ଦିନ ଠାରୁ ଏଭଳି ବ୍ୟତିକ୍ରମ ହେଉଛି ବୋଲି ଶ୍ରୀ ମାଝି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୂଚିତ ଯେ ଈଶ୍ୱର ମାଝିଙ୍କ ଭଳି ଏହି ବ୍ଲକର ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ଥପାପାଲି ଗ୍ରାମ ସୁମିତ୍ରା ମିର୍ଦ୍ଧା ନାମ୍ନୀ ଜନୈକ ଦୃଷ୍ଟି ବାଧିତ ମହିଳାଙ୍କ ୬ ମାସର ଭତ୍ତା କୁଆଡେ ଗାଏବ୍‌‌ ହୋଇ ଯାଇଥିବା ସଂକ୍ରାନ୍ତରେ ଅଭିଯୋଗ ହୋଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories