www.samajalive.in
Sunday, December 7, 2025
26.1 C
Bhubaneswar

ଅଁଳା.. ଓଜନ ହ୍ରାସ ସହ କରିଥାଏ ଦୃଷ୍ଟି ଶକ୍ତି ବୃଦ୍ଧି

ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର ଶୁକ୍ଳପକ୍ଷର ନବମୀ ତିଥିରେ ଅକ୍ଷୟ ନବମୀ ପାଳନ କରାଯାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ଅଁଳା ବୃକ୍ଷର ପୂଜାର୍ଚ୍ଚନା କରାଯାଇଥାଏ। ତେଣୁ ଏହାକୁ ଅଁଳା ନବମୀ ବୋଲି ମଧ୍ୟ କୁହାଯାଏ। ଚଳିତ ବର୍ଷ ନଭେମ୍ବର ୨ରେ ପାଳନ ହେବ ଅଁଳା ନବମୀ। ହିନ୍ଦୁ ଧର୍ମରେ ଅଁଳା ବୃକ୍ଷ ପୂଜନୀୟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ନିୟମିତ ଏହାର ସେବନ କରିବା ଦ୍ୱାରା ଶରୀରକୁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ। ଜାଣନ୍ତୁ ..
ଅଁଳାରେ ଭରପୁର ମାତ୍ରାରେ ଭିଟାମିନ ସି  ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତିି ବୃଦ୍ଧି ହୋଇଥାଏ। ଶରୀରକୁ ଅନେକ ସଂକ୍ରମଣରୁ ଦୂରେଇ ରଖିଥାଏ। ଏହା ଶରୀରକୁ ଥଣ୍ଡା, ଜ୍ୱର, ଅନେକ ସଂକ୍ରମଣରୁ ରକ୍ଷା କରିଥାଏ। ଥଣ୍ଡା ସମୟରେ ୨ ଚାମଚ ଅଁଳା ଗୁଣ୍ଡରେ ୨ ଚାମଚ ମହୁ ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଖୁବ ଲାଭ ମିଳିଥାଏ।
ଅଁଳାରେ ଏକ ବିଶେଷ ପ୍ରକାରର ପ୍ରୋଟିନ ରହିଛି। ଯାହା ଦ୍ୱାରା ବାରମ୍ବାର ଭୋକ ଅନୁଭବ ହୋଇନଥାଏ। ଏହା ଭୋକକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଫ୍ୟାଟ୍‌‌ ମାତ୍ରା ମଧ୍ୟ ଖୁବ କମ ଥାଏ। ଏହା ପେଟରୁ ଚର୍ବିକୁ ଜମାଟ ବାନ୍ଧିବାକୁ ଦେଇନଥାଏ ଓ ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ।
ଯଦି ଆପଣଙ୍କୁ ଦୃଷ୍ଟି ଶକ୍ତି ଦୁର୍ବଳ ହେବା ଭଳି ଅନୁଭବ ହେଉଛି, ନିୟମିତ ଗୋଟିଏ ଅଁଳାର ସେବନ ନିଶ୍ଚୟ କରନ୍ତୁ। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଏହାସହ ଆଖିରେ କୁଣ୍ଡାଇ ହେବା ଭଳି ଅନୁଭବ ହେଉଥିବା,ଆଖି ପୋଡା ସମସ୍ୟାକୁ ମଧ୍ୟ ଦୂର କରିଥାଏ।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories