ବୌଦ୍ଧ: ବୌଦ୍ଧ ବଘିଆପଡା ପୂର୍ତ୍ତ ରାସ୍ତାର ପନଖିମାଲ ଠାରେ ସୋମବାର ଦିନ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ କନକପୁର ଗ୍ରାମର ଅଜିତ ବାଘ (୨୪) ଏକ ବାଇକରେ ପରିବା ଧରି ବିକିବାକୁ ବୌଦ୍ଧକୁ ଯାଉଥିବା ବେଳେ ବିପରୀତ ଦିଗରୁ ପନଖିମାଲ ରାଇସ ମିଲର ଦୁଇଜଣ କର୍ମଚାରୀ ଏକ ବାଇକରେ ଆସୁଥିବା ବେଳେ ଦୁଇ ବାଇକ ମଧ୍ୟରେ ମୁହାମୁଡିଁ ଧକ୍କା ହୋଇଥିଲା । ଫଳରେ ୩ ଜଣ ଯାକ ଗୁରୁତର ହୋଇପଡିଥିଲେ । ୩ ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ବୌଦ୍ଧ ଡାକ୍ତରଖାନା ପଠାଇଥିଲେ । କିନ୍ତୁ ମେଡିକାଲରେ ଅଜିତ ବାଘଙ୍କୁ ମୃତ ଘୋଷଣା କରିଥିଲେ । ଆହତ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ପଠାଯାଇଛି । ପୁଲିସ ଏକ ମାମଲା ରୁଜୁ କରି ଉଭୟ ବାଇକୁ ଜବତ କରିଥିବା ଜଣାପଡିଛି ।
Popular Categories



