www.samajalive.in
Sunday, December 7, 2025
13.1 C
Bhubaneswar

ମୁଖ୍ୟମନ୍ତ୍ରୀ କଳାକାର ସହାୟତା : ତୁରେକେଲା ବ୍ଲକରୁ ୧୧୨ଜଣ ଚିହ୍ନଟ

କଣ୍ଟାବାଞ୍ଜି :  ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଚୟନ ପରିପ୍ରେକ୍ଷୀରେ ଗତ ଦୁଇ ଦିନ ଧରି ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ଯୋଗ୍ୟତା ପରୀକ୍ଷା କାର୍ଯ୍ୟକ୍ରମ ଶେଷ ହୋଇଛି । ଏଥିରେ ୧୧୨ଜଣ କଳାକାର ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟରୁ ଏହି ବ୍ଲକକୁ ମୋଟ ୧୭୮ଜଣ ଦରଖାସ୍ତ କାରୀଙ୍କ ତାଲିକା ଦିଆଯାଇ ଥିଲା। ତେବେ ଏହି ୧୭୮ ଜଣଙ୍କ ମଧ୍ୟରୁ ୩୪ ଜଣଙ୍କ ଦରଖାସ୍ତ ଯାଞ୍ଚ ବେଳେ ପୂର୍ବରୁ ଖାରଜ ହୋଇ ସାରିଥିଲା। କାଏମ ରହି ଥିବା ୧୪୪ ଦରଖାସ୍ତ ମଧ୍ୟରୁ ମୋଟ ୧୩୬ ଜଣ ଆବେଦନକାରୀ ଏହି ଯୋଗ୍ୟତା ପରୀକ୍ଷା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୧୧୨ଜଣ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ ଯୋଗ୍ୟ କଳାକାର ଭାବେ ବିବେଚିତ ହୋଇଛନ୍ତି । ବିଭିନ୍ନ କାରଣ ବଶତଃ ୮ ଜଣ ଆବେଦନକାରୀ ଅନୁପସ୍ଥିତ ରହିଥିଲେ।  ଦୁଇ ଦିନ ଧରି ହୋଇ ଯାଇଥିବା କଳାକାରଙ୍କ ଏହି ଯୋଗ୍ୟତା ପରୀକ୍ଷା କାର୍ଯ୍ୟକ୍ରମର ମନୋନୟନ କମିଟିରେ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ତଥା ସାମାଜିକ ସୁରକ୍ଷା ଅଧିକାରୀ ହେମାନନ୍ଦ ବିଶ୍ବାଳଙ୍କ ସହିତ ବ୍ଲକ କଳା ଓ ସଂସ୍କୃତି ସଂଘ ଉପ ସଭାପତି କାର୍ତ୍ତିକେଶ୍ବର ସାହୁ, ବିଶିଷ୍ଟ ଆକାଶବାଣୀ କଳାକାର ହରିଶ୍ଚନ୍ଦ୍ର ବାରିକ, ଗାୟିକା ହାରାବତୀ ମେହେର, ଅମିଲ ପୁଟେଲ ଏବଂ ଭକ୍ତବନ୍ଧୁ ମେହେର ରହିଥିଲେ। ହେମସାଗର ସେଠ, ଚିତ୍ତମନ ତାଣ୍ଡି, ପୁରନ୍ଦର ପୁଟେଲ, ତୁଳାରାମ ବନଛୋର, ଚମ୍ପେଶ୍ବର ନାଗ, ବିଶ୍ବମ୍ଭର ପୁଟେଲ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟତା କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories