www.samajalive.in
Sunday, December 7, 2025
26.1 C
Bhubaneswar

ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ

ହିନ୍ଦୋଳ : ଢେଙ୍କାନାଳ ବନଖଣ୍ତ ହିନ୍ଦୋଳ ବନାଞ୍ଚଳ ହାତୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଡା ଗ୍ରାମରେ ୨୬ ତାରିଖ ବୁଧବାର ଭୋର ପ୍ରାୟ ୬ ଟା ସମୟରେ ଦନ୍ତା ହାତୀ ଆକ୍ରମଣରେ ଜୈନିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗ୍ରାମର ଟଙ୍କଧର ଭୋଇ ( ୬୦ ) ସକାଳୁ ନିଜ ଘର ପାଖକୁ ଶୌଚ ହେବାକୁ ଯାଇଥିବା ସମୟରେ ଗୋଟିଏ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା।  ହାତୀଟି ଟଙ୍କଧରକୁ ଅତର୍କିତ ଭାବେ ଆକ୍ରମଣ କରି କଚାଡି ଫୋପାଡି ଦେଇଥିଲା । ଗ୍ରାମବାସୀ ହାତୀକୁ ଘଉଡାଇବା ସହ ଘଟଣା ସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ।  ମାତ୍ର ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଛି । କ୍ଷତି ପୂରଣ ଦାବିରେ ଗ୍ରାମବାସୀଙ୍କ ଦ୍ୱାରା ଅନୁଗୁଳ ସାତମାଇଲ ରାସ୍ତା ଅବରୋଧ କରାଯାଇଛି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories