www.samajalive.in
Sunday, December 7, 2025
13.1 C
Bhubaneswar

ରାଜ୍ୟ ଡ୍ରାଇଭର ମହାସଂଘର ମହାମିଳନ ଉତ୍ସବ ପାଳିତ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ବାଲିକୁମା ପଞ୍ଚାୟତରେ ଓଡିଶା ଡ୍ରାଇଭର ମହାସଂଘର ମହାମିଳନ ଉତ୍ସବ ପାଳିତ ହୋଇ ଯାଇଛି। ସାରା ଦେଶ ଦୀପାବଳି ଉତ୍ସବ ପାଳନ କରୁଥିବା ବେଳେ ଓଡିଶା ଡ୍ରାଇଭର ମହାସଂଘ ନିଆରା ଢଙ୍ଗରେ ପାଳନ କରିଛନ୍ତି ମହାମିଳନ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସହ ସମ୍ପାଦକ ଓ ଯାଜପୁର ଜିଲ୍ଲା ସଭାପତି ମାନସ ଦେବତା, ଯୋଗ ଦେଇ ଥିବା ବେଳେ ଯାଜପୁର ଜିଲ୍ଲା ଉପ ସଭାପତି ଅମୀର ପତି, ଜିଲ୍ଲା ଉପଦେଷ୍ଟା ମଣ୍ଡଳୀର ଜିତେନ୍ଦ୍ର ପଣ୍ଡା, ଯାଜପୁର ଜିଲ୍ଲା ସମ୍ପାଦକ ଶରତ ଭାଇ, ଜିଲ୍ଲା ସଭାପତି ନରୋତ୍ତମ ଭାଇ, ହିନ୍ଦୋଳ ବ୍ଲକ ସଭାପତି ଆଲୋକ ଭାଇ, କଙ୍କଡ଼ାହାଡ଼ ବ୍ଲକ ସଭାପତି ଚତୁର୍ଭୁଜ ମହାନ୍ତ ଆଦି ଯୋଗ ଦେଇଥିଲେ।

ଓଡିଶା ଡ୍ରାଇଭର ମହାସଂଘ ଦଶ ଦଫା ଦାବି ନେଇ ଦଣ୍ଡବତ ଯାତ୍ରା ଆରମ୍ଭ କରିଥିବା ବେଳେ କିଭଳି ସାହାଯ୍ୟ ସହଯୋଗ ପହଁଚି ପାରିବ ସେ ବିଷୟରେ ବିଶେଷ ଆଲୋଚଳ କରିଛନ୍ତି। ଭାଇଚାରା ସମ୍ପର୍କ ସଦା ସର୍ବଦା ନିବିଡ ସମ୍ପର୍କରେ ବାନ୍ଧି ହୋଇ ରହିବା ପାଇଁ ଶପଥ ପାଠ କରାଇଥିଲେ। କଥାରେ ଅଛି ‘ଏକତା ହିଁ ବଳ’ ଏବଂ ଏକତା ରହିବା ସରକାରଙ୍କ ଠାରୁ ଆମ ହକ ଆଣିବା କହି ସ୍ଲୋଗାନ ଦେଇଥିଲେ। ସଭାର ଅତିଥିଙ୍କ ସାମ୍ନାରେ ଏକ ନିଆରା ଢଙ୍ଗରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା।ମଂଚାସୀନ ଥିବା ଅତିଥିଙ୍କ ଗହଣରେ ସେଭେନ ଷ୍ଟାର ଡାନ୍ସ ଗ୍ରୁପକୁ ପୁରସ୍କୃତ କରିବା ସହିତ ଓଡିଶା ଡ୍ରାଇଭର ମହାସଂଘରେ ଥିବା ସଦସ୍ୟ ମୃତ୍ୟୁବରଣ କରିଥିବା ପରିବାରକୁ ସମ୍ମାନିତ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories