www.samajalive.in
Tuesday, December 9, 2025
23.1 C
Bhubaneswar

କେନ୍ଦ୍ରର ପରାମର୍ଶ, ପ୍ରସାର ଭାରତୀ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ କର

ନୂଆଦିଲ୍ଲୀ: ପ୍ରସାର ଭାରତୀ ସଂସ୍ଥା ମାଧ୍ୟମରେ ନିଜ କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ତରଫରୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ବ୍ୟତୀତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକ ନିଜର କୌଣସି ପ୍ରସାରଣକାରୀ ସଂସ୍ଥା ନ ଖୋଲିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ସମେତ ଅନ୍ୟମାନେ ଯଦି କୌଣସି ପ୍ରକାର କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ଚାହାନ୍ତି ତେବେ ସେମାନେ ପ୍ରସାର ଭାରତୀର ସହାୟତା ନେବାକୁ କେନ୍ଦ୍ର ତରଫରୁ କୁହାଯାଇଛି। ଯଦି କୌଣସି ରାଜ୍ୟ ସରକାର, ମନ୍ତ୍ରଣାଳୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ନିଜସ୍ବ ପ୍ରସାରଣ ସଂସ୍ଥା ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ କରୁଥାନ୍ତି ତେବେ ସେମାନେ ତୁରନ୍ତ ତାହାକୁ ବନ୍ଦ କରି ପ୍ରସାର ଭାରତୀ ମାଧ୍ୟମରେ ପ୍ରସାରଣ କରିବା ଉଚିତ୍‌ ବୋଲି କେନ୍ଦ୍ର ତରଫରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଏପରି ପରାମର୍ଶ ତାମିଲନାଡୁ ସରକାରଙ୍କ କାଲଭି ଟିଭି ଓ ଆନ୍ଧ୍ର ସରକାରଙ୍କ ଆଇପିଟିଭି ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଏସବୁ ପ୍ରସାରଣକାରୀ ସଂସ୍ଥା ମାଧ୍ୟମରେ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି। ତେବେ ଶିକ୍ଷାଭିତ୍ତିକ କୌଣସି କାର୍ଯ୍ୟକ୍ରମ ପ୍ରସାରଣ ନିମନ୍ତେ ସଂପୃକ୍ତ ରାଜ୍ୟ ସରକାର ପ୍ରସାର ଭାରତୀ ସହ ଚୁକ୍ତି କରିବା ଉଚିତ୍‌ ବୋଲି ଦର୍ଶାଯାଇଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories