www.samajalive.in
Tuesday, December 9, 2025
16.1 C
Bhubaneswar

ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ଏକମାତ୍ର ଓଡ଼ିଆ ଚଳଚିତ୍ର ‘ପ୍ରତୀକ୍ଷା’

ନୂଆଦିଲ୍ଲୀ: ୫୩ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଫିଚର ଫିଲ୍ମ ଶ୍ରେଣୀରେ ଏକମାତ୍ର ଓଡ଼ିଆ ଚଳଚିତ୍ର ‘ପ୍ରତୀକ୍ଷା’ ସ୍କ୍ରିନିଂ ଲାଗି ମନୋନୀତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ତରଫରୁ ଘୋଷଣା ଅନୁଯାୟୀ ଗୋଆ ଠାରେ ଆସନ୍ତା ନଭେମ୍ବର ୨୦ରୁ ୨୮ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଚଳଚିତ୍ର ମହୋତ୍ସବରେ ଅମିୟ ପଟ୍ଟନାୟକ ପ୍ରଡ଼କସନ ଦ୍ୱାରା ନିର୍ମିତ ଚଳଚିତ୍ର ‘ପ୍ରତୀକ୍ଷା’ ପ୍ରଦର୍ଶନ ହେବ। ଇଣ୍ଡିଆନ ପାନୋରମା ୨୦୨୨ରେ ସ୍କ୍ରିନିଂ ଲାଗି ଓଡ଼ିଆ ସମେତ ବିଭିନ୍ନ ଭାରତୀୟ ଭାଷାର ସମୁଦାୟ ୨୫ଟି ଫିଚର ଫିଲ୍ମ ଏବଂ ୨୦ଟି ଅଣଫିଚର ଫିଲ୍ମକୁ ସ୍ଥାନ ମିଳିଛି। ବିଭିନ୍ନ ଭାଷାରେ ନିର୍ମିତ ୩୫୬ଟି ଚଳଚିତ୍ର ମଧ୍ୟରୁ ସ୍କ୍ରିନିଂ ଲାଗି ମାତ୍ର ୨୫ଟି ଫିଚର ଫିଲ୍ମକୁ ମନୋନୀତ କରାଯାଇଛି।

ମଧ୍ୟବିତ୍ତ ଶ୍ରେଣୀ ପରିବାରରେ ପିତା-ପୁତ୍ର ସମ୍ପର୍କ ଉପରେ ଆଧାରିତ ‘ପ୍ରତୀକ୍ଷା’ ଚଳଚିତ୍ରର ପ୍ରଯୋଜନା ଓ ନିର୍ଦେଶନା ଅନୁପମ ପଟ୍ଟନାୟକ ଦେଇଛନ୍ତି। ଚଳଚିତ୍ରରେ ଜଣେ ବେକାର ଯୁବକଙ୍କ ରୋଜଗାର ଲାଗି ସଂଘର୍ଷ, ପିତାଙ୍କ ଚିନ୍ତା, ବାହାଘର ଲାଗି ଅପେକ୍ଷାରତ ପ୍ରେମିକା ଏବଂ ଶେଷରେ ପରିବାରର ଏକମାତ୍ର ରୋଜଗାରିଆ ପିତାର ମୃତ୍ୟୁ ପରିସ୍ଥିତିର କାହାଣୀ ପ୍ରଦର୍ଶିତ ହୋଇଛି। ଭୂବନେଶ୍ୱର ଆଖପାଖ ଅଞ୍ଚଳରେ ଚଳଚିତ୍ରର ସୁଟିଂ ହୋଇଥିବା ବେଳେ ମୁଖ୍ୟ ଭୂମିକାରେ ଦ୍ୱିପାନ୍ୱିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୁପମ୍ବିକା ନାୟକ, ସୁଶୀଳ ମିଶ୍ର, ରୋସନ ବିଶୋୟୀ, ଦୀପକ ଉପାଧ୍ୟାୟ ଏବଂ ସ୍ୱତନ୍ତ୍ର ଭୂମିକାରେ ସିଦ୍ଧାନ୍ତ ମହାପାତ୍ର ଅଛନ୍ତି। ଚଳଚ୍ଚିତ୍ରର କାହାଣୀ ଏବଂ ସଂଳାପ ରଚନା ରୋଶନ ବିଶୋୟୀ କରିଛନ୍ତି। କ୍ୟାମେରାମ୍ୟାନ ଦୀପକ କୁମାର, ସଙ୍ଗୀତ ନିର୍ଦେଶକ ଯୋଡ଼ି ଅନକେଶ ଆନନ୍ଦ ଏବଂ ଆଶିଷ ପ୍ରଧାନ ଚଳିଚିତ୍ରର ସଙ୍ଗୀତ ନିର୍ଦେଶନା ଓ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ପ୍ରସ୍ତୁତି ଏବଂ ସଙ୍ଗୀତ ନିର୍ଦେଶକ ବିଭାଷ ରଥ ଗୋଟିଏ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି। ଦୁର୍ଗା ମାଧବ ପଣ୍ଡା, ପ୍ରିୟରଞ୍ଜନ ସାହୁ ଏବଂ ସୁମିତ ପଣ୍ଡା ସଙ୍ଗୀତ ରଚନା କରିଥିବା ବେଳେ ଆଶିଷ ପ୍ରଧାନ, ବିଭାଷ ରଥ, ହ୍ୟୁମାନ ସାଗର ଏବଂ ବିଶ୍ୱଜିତ ମହାପାତ୍ର ଚଳଚିତ୍ରରେ କଣ୍ଠଦାନ କରିଛନ୍ତି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories