www.samajalive.in
Tuesday, December 9, 2025
19.1 C
Bhubaneswar

ଶୀତରେ ରହିବେ ସୁସ୍ଥ ; ଏସବୁ କଲେ ସେବନ

ଶୀତଦିନ ପାଖେଇ ଆସୁଛି। ତେବେ ଏହି ଦିନରେ କିଛି ସ୍ୱତନ୍ତ୍ର ଖାଦ୍ୟପେୟ ସହ କେତେକ ସହଜ ଉପାୟ ଜାଣନ୍ତୁ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଶୀତଋତୁରେ ବିଭିନ୍ନ ପ୍ରକାରର ଶାଗ ଖାଇବା ମଧ୍ୟ ଭଲ। ଶରୀରକୁ ଭିତରୁ ଉଷ୍ଣତା ମିଳୁଥିବାର ତଥ୍ୟରୁ ଜଣାପଡ଼ିଛି। ସୋରିଷ ଶାଗକୁ ମଧ୍ୟ ଭୋଜନରେ ସାମିଲ କରନ୍ତୁ। କ୍ୟାଲୋରୀ ଭରପୂର ଶାଗରେ କାର୍ବୋହାଇଡ୍ରେଟ୍, ଫାଇବର୍, ପୋଟାସିୟମ୍, ଭିଟାମିନ୍ ଏ, ସି, ଡି, ବି-୧୨, ମ୍ୟାଗ୍ନେସିୟମ୍, ଲୌହ, କ୍ୟାଲସିୟମ୍ ଥିବା ଏହି ଶାଗ ସ୍ବାସ୍ଥ୍ୟ ପାଇଁ ଖୁବ୍ ହିତକାରୀ। ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ସୋରିଷ ଶାଗ ଖାଇଲେ ଶରୀରକୁ ଶକ୍ତି ମିଳେ।

ସପ୍ତାହକୁ ଅନ୍ତତଃ ୨-୩ଥର ସୋରିଷ ଶାଗ ଖାଇଲେ ଶରୀରରେ କୋଲଷ୍ଟୋରଲ୍ ସ୍ତର ନିୟନ୍ତ୍ରଣ ରହେ।
ହୃଦ୍‌ରୋଗୀରୁ ବର୍ତ୍ତିବାକୁ ଚାହୁଁଥିବା ଲୋକ ନିଜ ଡାଏଟ୍ ତାଲିକାରେ ସୋରିଷ ଶାଗ ସାମିଲ କରିବା ଭଲ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ।

- Advertisement -

କ୍ୟାଲସିୟମ୍ ଓ ପୋଟାସିୟମ୍ ଭରପୂର ଏହି  ଶାଗ ଖାଇଲେ ହାଡ଼, ଗଣ୍ଠି ମଧ୍ୟ ଶକ୍ତ ହୋଇଥାଏ।

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଶୀତରେ ଆଣ୍ଠୁଗଣ୍ଠି ସମସ୍ୟା ଥିବା ଲୋକ ନିୟମିତ ସୋରିଷ ଶାଗ ଖାଇଲେ ଉପଶମ ମିଳେ।
ରାତିରେ ଉଷୁମ ଖିର ୧ ଗିଲାସରେ ଚିମୁଟାଏ ହଳଦୀ ମିଶାଇ ପିଇବା ମଧ୍ୟ ଖୁବ୍ ହିତକାରୀ।
ଶୀତଋତୁରେ ଦୈନିକ ସକାଳୁ ଖାଲିପେଟରେ ରସୁଣ ୨ ପାଖୁଡ଼ା ଚୋବାଇ ଖାଆନ୍ତୁ। ଥଣ୍ଡା ସମସ୍ୟାରୁ ଆପଣ ରକ୍ଷା ପାଇପାରିବେ।
– ଭୋଜନ ସମୟରେ ଆପଣ କଞ୍ଚା ପିଆଜ ଖାଇବାର ଅଭ୍ୟାସ କରନ୍ତୁ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ରସୁଣ, ପିଆଜରେ ଥିବା ଏଲିସିନ୍ ତତ୍ତ୍ବ କାରଣରୁ ଆମ ଶରୀରରେ ରକ୍ତ ସଞ୍ଚାଳନ ଭଲଭାବେ ହେଉଥିବା ସହ ଶରୀର ଉଷ୍ଣ  ମଧ୍ୟ ରହେ।
-ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ ନିଜ ଡାଏଟ୍‌ରେ ଅଖରୋଟ୍, ବାଦାମ ଭଜା, ରାଶି ଇତ୍ୟାଦି ସାମିଲ କଲେ ଲାଭ ପାଇପାରିବେ। ସକାଳବେଳା ଚା’ ପିଇବାର ଅଭ୍ୟାସ ଥିଲେ, ସେଥିରେ ୧ଚାମଚ ଅଦାରସ ମିଶାଇ ପିଇବାର ଅଭ୍ୟାସ କରନ୍ତୁ। ଏଇ ଉପାୟରେ ଆପଣଙ୍କ ଶରୀରକୁ ଶକ୍ତି ମିଳିବ ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories