ଆଜି ଓ କାଲି ଅର୍ଥାତ୍ ୨୨-୨୩ ଅକ୍ଟୋବରରେ ଧନତେରସର ପର୍ବ ପାଳନ କରାଯିବ। ଏହିଦିନ ସୁନା,ଚାନ୍ଦି ଓ ଅନ୍ୟାନ୍ୟ ଆଭୂଷଣ ଓ ଧାତୁର ବାସନକୁସନ କିଣିବାର ପରମ୍ପରା ରହିଛି। କାର୍ତ୍ତିକ ମାସର ତ୍ରୟୋଦଶୀ ତିଥି ୨୨ ଅକ୍ଟୋବର ୨୦୨୨ରେ ସନ୍ଧ୍ୟା ୬ଟା ୦୨ ମିନିଟରେ ଆରମ୍ଭ ହେବ। ଏହା ୨୩ ଅକ୍ଟୋବର ୨୦୨୨ ତ୍ରୟୋଦଶୀ ତିଥି ସନ୍ଧ୍ୟା ୬ଟା ୦୩ ମିନିଟରେ ଶେଷ ହେବ।
ଧନତେରସ ଦିନ ସୁଖ-ସମୃଦ୍ଧି ପ୍ରାପ୍ତି ପାଇଁ ଆପଣଙ୍କୁ ମା’ଲକ୍ଷ୍ମୀଙ୍କ ଶ୍ରୀଯନ୍ତ୍ରକୁ ସ୍ଥାପିତ କରି ପୂଜାର୍ଚ୍ଚନା କରିବା ଉଚିତ୍। ଦୀପାବଳି ଯାଏଁ ପୂଜା କରି ଏହାକୁ ଘରେ କିମ୍ବା କାର୍ଯ୍ୟାଳୟରେ ଉତ୍ତର ଦିଗରେ ରଖନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ।
ଧନତେରସରେ ଶୁଭ କାର୍ଯ୍ୟ କରିବା ସହ ନୂଆ ଜିନିଷ କିଣି ଘରକୁ ଆଣନ୍ତୁ। ଏହାର ଖୁବ ମହତ୍ତ୍ୱ ରହିଛି।
ତୁଳା, ବିଛା ଓ ଧନୁ ରାଶିର ବ୍ୟକ୍ତି ବିଶେଷ ଘରର ସାଜସଜ୍ଜା ଜିନିଷ, ପୋଷାକ, ପିତ୍ତଳର ବାସନ, ଘର ଓ ରତ୍ନ ମଧ୍ୟ କିଣିପାରିବେ।
କର୍କଟ, ସିଂହ ଓ କନ୍ୟା ରାଶିର ବ୍ୟକ୍ତିବିଶେଷ ଧନତେରସରେ ସୁନା,ଚାନ୍ଦିର ଟଙ୍କା, ନୂଆ ଯାନ,ବାସନକୁସନ,ବାସନ,ଫର୍ଣ୍ଣିଚର ଓ ବୈଦୁତିକ ଜିନିଷ ମଧ୍ୟ କିଣିପାରିବେ।
ସେହିପରି ମେଷ, ବୃଷ ଓ ମିଥୁନ ରାଶିର ବ୍ୟକ୍ତି ବିଶେଷ ସୁନା, ଚାନ୍ଦିର ଟଙ୍କା, ଆଭୂଷଣ, ବାସନ,ପୋଷାକ,ପିତ୍ତଳ ଜିନିଷ ସହ କେସର, ଚନ୍ଦନ, ଭୂମି ଓ ଘର ନିଜ ସାମର୍ଥ୍ୟ ଅନୁଯାୟୀ କିଣିପାରିବେ।
ଧନତେରସ : ଜାଣନ୍ତୁ ରାଶି ଅନୁଯାୟୀ କ’ଣ କିଣିବେ
Popular Categories



