www.samajalive.in
Sunday, December 7, 2025
26.1 C
Bhubaneswar

ଧନତେରସ ପାଇଁ କିଛି ବିଶେଷ ଉପାୟ

ଧନତେରସ ପର୍ବ ଧନ ଓ ଆରୋଗ୍ୟ ସହ ଜଡ଼ିତ। ଧନ ପାଇଁ ଏହି ଦିନ କୁବେରଙ୍କ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ଆରୋଗ୍ୟ ପାଇଁ ଧନ୍ୱନ୍ତରୀଙ୍କ ପୂଜା କରାଯାଏ। ଏହିଦିନ ମୂଲ୍ୟବାନ ଧାତୁ , ନୂଆବାସନ, ଆଭୂଷଣ, କିଣିବାର ନିୟମ ରହିଛି। ଏହାସହ ଏହିଦିନ କିଛି ସାବଧାନତା ଅବଲମ୍ବନ କରିବା ମଧ୍ୟ ଆବଶ୍ୟକ।
କାର୍ତ୍ତିକ ମାସରେ ଦୀପାବଳି ପର୍ବ ପୂର୍ବରୁ ପାଳନ ହୋଇଥାଏ ଧନତେରସ। ଏହିଦିନ କିଛି ଜିନିଷ କିଣିବାର ସ୍ୱତନ୍ତ୍ର ନୀତିନିୟମ ରହିଛି। ମାନ୍ୟତା ଅନୁଯାୟୀ ଏହିଦିନ କିଛି ଜିନିଷ କିଣିବା ଦ୍ୱାରା ତାହାର ଶୁଭଫଳ ପ୍ରାପ୍ତି ହୋଇଥାଏ। ଶାସ୍ତ୍ରରେ ଏପରି କିଛି ଉପାୟ ବର୍ଣ୍ଣନା କରାଯାଇଛି, ଯାହାର ପାଳନ ଦ୍ୱାରା ଘରେ ଧନସମ୍ପତ୍ତି ଓ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ। ଚଳିତ ବର୍ଷ ଧନତେରସରେ କରନ୍ତୁ ଏହି ଉପାୟ…
– ଧନତେରସ ଦିନ ସନ୍ଧ୍ୟାରେ ଏକ ଦୀପ ନିଶ୍ଚୟ ଲଗାନ୍ତୁ। ଏହା ନିକଟରେ ଏକ କଉଡି ରଖନ୍ତୁ। ଏହାପରେ କଉଡିଟିକୁ ଆଣି ଲାଲ କପଡାରେ ଗୁଡାଇ ନିଜ ଟଙ୍କାପଇସା ରଖିବା ସ୍ଥାନରେ ରଖନ୍ତୁ। ଏହାଦ୍ୱାରା ଘରେ କଦାପି ଟଙ୍କାପଇସାର ଅଭାବ ହୋଇନଥାଏ।
– ୧୦୮ ଥର କୁବେର ଦେବତାଙ୍କ ମନ୍ତ୍ର ଜପ କରନ୍ତୁ।
– ଧନତେରସ ଦିନ ଚାନ୍ଦିର ଟଙ୍କାରେ ସହ ଗୋଟା ହଳଦୀ ପୂଜା କରିବା ଦ୍ୱାରା ଜୀବନରେ ଖୁବ ଉନ୍ନତି ହୋଇଥାଏ। ଆର୍ଥିକ କ୍ଷେତ୍ରରେ ଥିବା ବାଧାବିଘ୍ନ ଦୂର ହୋଇଥାଏ।
– ଏହିଦିନ କୌଣସି କିନ୍ନରଙ୍କ ହାତରୁ ଟଙ୍କା ନେଇ ନିଜ ପର୍ସରେ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ଜୀବନରେ ଖୁବ ସଫଳତା ମିଳିବ। ଟଙ୍କାର ଅଭାବ ରହିବ ନାହିଁ।
ଏହିଦିନ ଓ ଦୀପାବଳି ଦିନ ଶ୍ରୀଯନ୍ତ୍ରର ପୂଜା କରନ୍ତୁ। ଏହାଦ୍ୱାରା ଟଙ୍କାର ଆଦୌ ଅଭାବ ହୋଇନଥାଏ। ଶ୍ରୀଯନ୍ତ୍ରର ପୂଜା କରିବା ଦ୍ୱାରା ଗୃହରେ ସୁଖ-ସମୃଦ୍ଧି ଓ ବୈଭବର ଆଗମନ ହୋଇଥାଏ। ମା’ଲକ୍ଷ୍ମୀଙ୍କର କୃପା ସର୍ବଦା ରହିଥାଏ।
ସେଭଳି ଦେଖିବାକୁ ଗଲେ ଲୋକେ ଦୀପାବଳି ପୂର୍ବରୁ ଘରର ସଫାସୁତୁରା ଆରମ୍ଭ କରିଥାଆନ୍ତି। ଘରେ ଅନାବଶ୍ୟକ ଜିନିଷ, ପୁରୁଣା ଖରାପ ଜିନିଷ ରହିଲେ ସକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ତେଣୁ ଧନତେରସ ପୂର୍ବରୁ ଏହି ସମସ୍ତ ଜିନିଷ ଘରୁ ସଫା କରନ୍ତୁ।
ଘରର ମୁଖ୍ୟଦ୍ୱାର ଓ ମୁଖ୍ୟ କକ୍ଷର ସମ୍ମୁଖରେ ଅନାବଶ୍ୟକ ଜିନିଷ ଆଦୌ ରଖନ୍ତୁ ନାହିଁ। କୁହାଯାଏ ଘରର ମୁଖ୍ୟଦ୍ୱାର ଦ୍ୱାରା ମା’ଲକ୍ଷ୍ମୀ ଘରେ ପ୍ରବେଶ କରିଥାଆନ୍ତି। ତେଣୁ ଏହି ସ୍ଥାନ ସର୍ବଦା ପରିଷ୍କାର ରଖନ୍ତୁ।
ଏହିଦିନ ପ୍ରଭୁ କୁବେରଙ୍କ ସହ ମା’ଲକ୍ଷ୍ମୀ, ଭଗବାନ ଧନ୍ୱନ୍ତରୀଙ୍କ ଉପାସନା କରନ୍ତୁ।
ଏହିଦିନ କାଚ ଜିନିଷ କିଣନ୍ତୁ ନାହିଁ। ଏହିଦିନ ସୁନା,ଚାନ୍ଦି, ପିତ୍ତଳ ଆଦି କିଣିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଏହିଦିନ ଅନ୍ୟ କାହାକୁ କରଜ ଦିଅନ୍ତୁ ନାହିଁ।
ଘରେ କୁଙ୍କୁମ, ହଳଦି ଆଦିରେ ସ୍ୱସ୍ତିକ, ଓଁ ଆଦି ବନାନ୍ତୁ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories