ଡେସ୍କ: କେନ୍ଦ୍ର ନୂଆ ତଥା ପୁନର୍ବ୍ୟବହାରକ୍ଷମ ଶକ୍ତିମନ୍ତ୍ରୀ ଓ ଆନ୍ତର୍ଜାତିକ ସୌରମେଣ୍ଟର ସଭାପତି ଆର୍.କେ. ସିଂ କହିଛନ୍ତି, ଆନ୍ତର୍ଜାତିକ ସୌରମେଣ୍ଟ କୋପ-୨୭ର ୨୭ତମ ସମ୍ମିଳନୀରେ ବିକାଶମୁଖୀ ଦେଶଗୁଡ଼ିକ ପାଇଁ ପ୍ରଦୂଷଣମୁକ୍ତ ଶକ୍ତି ବ୍ୟବହାର ପାଇଁ ପାଣ୍ଠି ଯୋଗାଣ ଓ ସହଜରେ ଶକ୍ତି ଯୋଗାଣ ବିଷୟ ଉପସ୍ଥାପନ କରିବ। ଆସନ୍ତା ମାସରେ ଇଜିପ୍ଟର ସର୍ମ ଏଲ୍ ଶେଖରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ସେ କହିଛନ୍ତି ଆନ୍ତର୍ଜାତିକ ସୌରମେଣ୍ଟ ସୌରଶକ୍ତି ମାଧ୍ୟମରେ ପୁରାତନ ଶକ୍ତିରୁ ନୂତନ ଶକ୍ତିକୁ ସ୍ଥାନାନ୍ତରଣ ଉପରେ ଆଲୋକପାତ କରିବ। ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ବିକାଶମୁଖୀ ଦେଶଗୁଡିକ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଅବଦାନ କରିବାକୁ ଆନ୍ତର୍ଜାତିକ ସୌରମେଣ୍ଟ ଅନୁରୋଧ କରିବ। ଏବେ ଆନ୍ତର୍ଜାତିକ ସୌରମେଣ୍ଟରେ ୧୧୦ଟି ଦେଶ ସଦସ୍ୟ ଅଛନ୍ତି।
Popular Categories



