www.samajalive.in
Sunday, December 7, 2025
26.1 C
Bhubaneswar

ବଡ଼ମ୍ବାରେ ସ୍ପେନ ଏବଂ ଗ୍ୱାଟେମାଲା ରାଷ୍ଟ୍ରଦୂତ, ପରିଦର୍ଶନ କଲେ ହସ୍ତତନ୍ତ ଓ ବୟନଶିଳ୍ପ ଲାଗି ପ୍ରସିଦ୍ଧ ମାଣିଆବନ୍ଧ

ବଡ଼ମ୍ବା: ପାରମ୍ପରିକ କାରିଗରୀ ସହିତ ଆଧୁନିକ ବିଦେଶୀ ଜ୍ଞାନକୌଶଳରେ ମାଣିଆବନ୍ଧ ତଥା ଏହାର ସଂଲଗ୍ନ ଅଞ୍ଚଳର ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଉଦ୍ୟମ କରାଯିବ। ସ୍ପେନ ଏବଂ ଗ୍ୱାଟେମାଲାର ରାଷ୍ଟ୍ରଦୂତ କଟକ ଜିଲା ବଡ଼ମ୍ବା ବ୍ଲକର ହସ୍ତତନ୍ତଲାଗି ପ୍ରସିଦ୍ଧ ମାଣିଆବନ୍ଧ ଏବଂ ଏହା ସନ୍ନିକଟ ବୀରବରପୁର ଗ୍ରାମ ସୋମବାର ପରିଦର୍ଶନ କରିବା ଅବସରରେ ଉପରୋକ୍ତ ମତପୋଷଣ କରିଛନ୍ତି। ସ୍ପେନର ରାଷ୍ଟ୍ରଦୂତ ଡ.ଦିନେଶ ପଟ୍ଟନାୟକ ଏବଂ ଗ୍ୱାଟେମାଲା ରାଷ୍ଟ୍ରଦୂତ ମନୋଜ ମହାପାତ୍ର ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ସହିତ ଶିଳ୍ପୀଗ୍ରାମ ପରିଦର୍ଶନ କରିବାସହ ଏହି ଅବସରରେ ପ୍ରମୁଖ ବୁଣାକାର ଏବଂ ଜାତୀୟ ତଥା ରାଜ୍ୟ ପୁରଷ୍କାରପ୍ରାପ୍ତ ବାନ୍ଧଶିଳ୍ପୀଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ।

ବିଦେଶରେ ରାଷ୍ଟ୍ରଦୂତ ଥିବା ଏହି ଦୁଇ ଓଡ଼ିଆ ତଥା ଭାରତୀୟ ବିଦେଶ ପ୍ରଶାସନିକ ସେବା ଅଧିକାରୀଙ୍କୁ ସ୍ଥାନୀୟ ଜନସାଧାରଣ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ଭବ୍ୟସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାମ୍ପନ କରାଯାଇଥିଲା। ପ୍ରଥମେ ସେମାନେ ବ୍ଲକ ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତ ଅଧିନସ୍ଥ ବୀରବରପୁରସ୍ଥିତ ତନ୍ତବାୟ ସହଯୋଗ ସମିତି ପରିସରରେ ଅନୁଷ୍ଠିତ ଅଭିମାନପୁର(ହାଣ୍ଡଲୁମ କ୍ଲଷ୍ଟର) ହସ୍ତତନ୍ତ ପୁଞ୍ଜ ପ୍ରଦର୍ଶନି ବୁଲି ଦେଖିଥିଲେ। ସେଠାରେ ସ୍ଥାନୀୟ ସରପଞ୍ଚ ସବିତା ନାୟକ,ସମିତିସଭ୍ୟା ସୋମାରାଣୀ ନାୟକ, ସାମାଜିକ କର୍ମୀ ସୁବାଷ ଦେବନାଥ(ବାବୁ), ରମେଶ କୁଣ୍ଡୁ, ପ୍ରମୋଦ କୁମାର ପାତ୍ର, ବୁଭୁତି ପଣ୍ଡା ପ୍ରମୁଖ ପୁଷ୍ପଗୁଛ ଦେଇ ରାଷ୍ଟ୍ରଦୂତ ଏବଂ ଅନ୍ୟ ଅତିଥିଙ୍କୁ ସ୍ୱାଗତ କରିଥିଲେ। ବୀରବରପୁରରେ ଜାତୀୟ ପୁରଷ୍କାରପ୍ରାପ୍ତ ବାନ୍ଧଶିଳ୍ପୀ ଅର୍ଜୁନ ପାଳ, ରାଜ୍ୟ ପୁରସ୍କାର ପ୍ରାପ୍ତ ରମାକାନ୍ତ ତୋଷଙ୍କ ସମେତ ବୟନଶିଳ୍ପୀ ମନୋରଞ୍ଜନ ତୋଷ, ହେମନ୍ତ ସିଂଘିଙ୍କ କାରିଗରୀରେ ପ୍ରସ୍ତୁତ ବସ୍ତ୍ର ଦେଖିବାସହ ସେମାନଙ୍କ ସହିତ ଅଞ୍ଚଳର ପାରମ୍ପରିକ ହସ୍ତତନ୍ତ ଶିଳ୍ପ ଏବଂ ବୁଣାକାରଙ୍କ ଜୀବନଶୈଳୀ ବିଷୟରେ ସମ୍ୟକ ଆଲୋଚନା କରିଥିଲେ।

- Advertisement -

ପରେ ମହୁଲିଆ କିରିକିଚାସ୍ଥିତ କେନ୍ଦ୍ର ସରକାରଙ୍କ ସ୍ଫୃତି ଯୋଜନାରେ ନିର୍ମିତ ମାଣିଆବନ୍ଧ ହସ୍ତତନ୍ତ ପୁଞ୍ଚ ପରିଦର୍ଶନ କରିଥିଲେ। ଏହି ଉଭୟ କେନ୍ଦ୍ରରେ ସେମାନଙ୍କୁ ସ୍ୱାଗତ କରାଯିବାପରେ ସେଠାରେ ପ୍ରଦର୍ଶିତ ହସ୍ତତନ୍ତରେ ବୁଣା ପାରମ୍ପରିକ ମାଣିଆବନ୍ଧ ସୁତାବସ୍ତ୍ର, ଶାଢୀ, ପାଟ ଏବଂ ବିଭିନ୍ନ କିସମର ଅଙ୍ଗ ପରିଧାନ ତଥା ଘରସଜା ଲାଗି କାନ୍ଥଟଣା ଆଦି ଦେଖି ଅଭିଭୁତ ହୋଇଥିଲେ। ଶେଷରେ ଉଭୟ ରାଷ୍ଟ୍ରଦୂତ ମାଣିଆବନ୍ଧସ୍ଥିତ ବୌଦ୍ଧବିହାର ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରିବାସହିତ ବୁଦ୍ଧ ବାଖ୍ୟାନ କେନ୍ଦ୍ରରେ ଆୟୋଜିତ ଏକ ନାଗରିକ ସମ୍ବର୍ଦ୍ଧନା ସଭାରେ ଅଞ୍ଚଳବାସୀଙ୍କୁ ଉଦବୋଧନ ପ୍ରଦାନ କରିଥିଲେ।

ମାଣିଆବନ୍ଧ ବୌଦ୍ଧ ସଂଘର ସଭାପତି ଅରକ୍ଷିତ ଦେବତା, ସମ୍ପାଦକ ଅଜିତ ପ୍ରସାଦ ଚୌଧୁରୀ, ପାଞ୍ଚଶହ ଘର ସଭାପତି ପୀତବାସ ସାହୁ, ଉପସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ ପ୍ରଶନ୍ନ କୁମାର ଶତପଥୀ, ବୁଦ୍ଧ ମହୋତ୍ସବ ସଭାପତି ଚକ୍ରଧର ଦଳେଇ, ମାଣିଆବନ୍ଧ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅଜୟ କୁମାର ସ୍ୱାଇଁ, ସମିତିସଭ୍ୟାଙ୍କ ପ୍ରତିନିଧି ବିକାଶ ମନ୍ତ୍ରୀ, ସନ୍ତରାବାଳି ସରପଞ୍ଚଙ୍କ ପ୍ରତିନିଧି ଶ୍ରୀକାନ୍ତ ଜେନା, ସମିତିସଭ୍ୟ ବିଭୁତି ଜେନାଙ୍କ ସମେତ ମାଣିଆବନ୍ଧ ଏବଂ ସନ୍ତରାବାଳି ପଞ୍ଚାୟତର ମୁରବୀସ୍ଥାନୀୟ ବ୍ୟକ୍ତିବିଶେଷ ଅନୁଷ୍ଠିତ ସଭାରେ ଉଭୟ ରାଷ୍ଟ୍ରଦୂତଙ୍କୁ ପୁଷ୍ପଗୁଛ ଓ ଉପହାର ଦେଇ ନାଗରିକ ସମ୍ବର୍ଦ୍ଧନା ଜ୍ଞାମ୍ପନ କରିଥିଲେ। ବୌଦ୍ଧବିହାର ପରିସରରେ ଜୀବିକା ମିଶନ ତରଫରୁ ବସ୍ତ୍ର ପ୍ରଦର୍ଶନି କରାଯାଇଥିବା ବେଳେ ଜାତୀୟ ପୁରଷ୍କାରପ୍ରାପ୍ତ ବାନ୍ଧଶିଳ୍ପୀ ଶ୍ୟାମସୁନ୍ଦର କରଣ ଏବଂ ଦେବରାଜ ଦେବତାଙ୍କ ସ୍ୱତନ୍ତ୍ର କାରିଗରୀ ଦେଖିଥିଲେ। ରାଷ୍ଟ୍ରଦୂତଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ କଟକ ଜିଲାପାଳ ଭବାନୀଶଙ୍କର ଚୟିନୀ, ଆଠଗଡ଼଼ ଉପଜିଲାପାଳ ହେମନ୍ତକୁମାର ସ୍ୱାଇଁ, ଓରମାସ’ର ନିର୍ଦେଶକ ବିପିନ ରାଉତ, ବୟନଶିଳ୍ପ ଉପନିର୍ଦେଶକ ଇନ୍ଦ୍ରମଣି କାଣ୍ଡି, ବିଭାଗୀୟ ସ୍ୱତନ୍ତ୍ର ସଚିବ ବିଭୁତିଭୂଷଣ ଦାସ, ବିଡିଓ ଉତ୍କଳ ରଞ୍ଜନ ଆଚାର୍ଯ୍ୟ, ତହସିଲଦାର ନୀଳକଣ୍ଠ ବେହେରା, ଜିଲା ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲାପରିଷଦ ସଦସ୍ୟ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories