www.samajalive.in
Sunday, December 7, 2025
26.1 C
Bhubaneswar

ଖରିଫ ଧାନ ଦଳିଦେଲେ ୨୨ ହାତୀ

କେନ୍ଦୁଝରଗଡ଼/କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ସଦର ରେଞ୍ଜ ଅର୍ନ୍ତଗତ ଜାମୁନାଳିଆ ଗ୍ରାମରେ ରବିବାର ରାତିରେ ୬ଟି ଛୁଆ ହାତୀ ଓ ୫ଟି ଦନ୍ତା ସମେତ ୨୨ଟି ବଣୁଆ ହାତୀପଲଙ୍କ ଉତ୍ପାତ ଗ୍ରାମବାସୀଙ୍କୁ ନାକେଦମ୍‍ କରିଛି। ଏହି ବଣୁଆ ହାତୀପଲ ଦିନରେ ନିକଟସ୍ଥ ଧାନ ବିଲରେ ପଶି ଫସଲକୁ ନଷ୍ଟ କରୁଥିବା ବେଳେ ରାତିବେଳା ଗାଁରେ ପଶି ବାସଗୃହ ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ହାତୀପଲ ଆକ୍ରମଣରୁ ବର୍ତ୍ତିବା ପାଇଁ ଆତଙ୍କିତ ଗ୍ରାମବାସୀ ଗତ ସପ୍ତାହେବ୍ୟାପୀ ଦିନତମାମ ହାତୀପଲ ଘଉଡାଇବାରେ ବ୍ୟସ୍ତ ଥିବାବେଳେ ସନ୍ଧ୍ୟା ପରଠାରୁ ଗ୍ରାମର ପ୍ରବେଶପଥ ଓ ଗାଁ ମୁଣ୍ଡରେ ନିଆଁ ଜାଳି ବାଜା ବଜାଇ ରାତି ଅନିଦ୍ରା ହୋଇ ରହୁଛନ୍ତି। ଗ୍ରାମବାସୀଙ୍କ ସହ ବନବିଭାଗ କର୍ମଚାରୀ ମଧ୍ୟ ଏହି ହାତୀପଲ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ ହେଁ ହାତୀପଲ ଧାନଫସଲ ଛାଡି ଜଙ୍ଗଲକୁ ଯିବାକୁ ସତେଯେମିତ ନାରାଜ। ଶନିବାର ହାତୀପଲ ନିକଟସ୍ଥ ଡିମ୍ବୋ, ବେଲଦା, ଖୋଳପା ଆଦି ଗ୍ରାମ ଦେଇ ରବିବାର ସନ୍ଧ୍ୟାରେ ଜାମୁନାଳିଆ ଗ୍ରାମରେ ପହଞ୍ଚି ବ୍ୟାପକ ଖରିଫ ଧାନ ଫସଲ ଖାଇଯିବା ସହ ପାଦରେ ଦଳି ନଷ୍ଟ କରି ଦେଇଛନ୍ତି। ସମ୍ଭାବ୍ୟ ହାତୀପଲ
ଆକ୍ରମଣ ଭୟରେ ସ୍ଥାନୀୟ ଗ୍ରାମବାସୀ ଦିନବେଳା କାମଧନ୍ଦା ପାଇଁ ବାହାରକୁ ଯାଇ ପାରୁ ନଥିବା ବେଳେ ରାତିରେ ଅନିଦ୍ରା ରହି ହାତୀପଲ ଘଉଡାଇବାରେ ବ୍ୟସ୍ତ ଥିଲେ ହେଁ ହାତୀପଲ ଧାନ ଫସଲ ଖାଇବା ସହ ନଷ୍ଟ କରୁଥିବାରୁ ବର୍ଷକର ଅମଳଯୋଗ୍ୟ ଖାଦ୍ୟ ନଷ୍ଟ ହେଉଥିବାରୁ ଗ୍ରାମବାସୀ ଚିନ୍ତାରେ ଅଛନ୍ତି।
ଖରିଫ ଧାନ…

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories