ଡେସ୍କ: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲା ନରାଜରେ ସର୍ବାଧିକ ୯୦.୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ସୂଚନା ଅନୁଯାୟୀ, ମୁଣ୍ଡୁଳିରେ ୭୬.୬, ନୟାଗଡ଼଼ ଜିଲ୍ଲା ଭାପୁରରେ ୭୦.୪, ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ୭୦.୦, କଟକରେ ୬୩.୪, ଗଞ୍ଜାମ ଜିଲ୍ଲା ଆସିକାରେ ୫୩.୮, ରଣପୁରରେ ୫୧.୪, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼଼ରେ ୫୧.୦, ଭୁବନେଶ୍ୱରରେ ୪୯.୭ ଏବଂ ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ୪୬.୬ ମି.ମି. ବର୍ଷା ରେକର୍ଡ଼ କରାଯାଇଛି।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରି ଓ ବୌଦ୍ଧରେ ୩୫.୦ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼଼ରେ ୨୦.୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି।



