www.samajalive.in
Sunday, December 7, 2025
26.1 C
Bhubaneswar

ମାରଣାସ୍ତ୍ର ଦେଖାଇ ୭ ଲକ୍ଷ ସହ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ସାଦନପଦାରେ ଜଣେ ବ୍ୟବସାୟୀଙ୍କ ଘରୁ ଛଅ ଜଣ ଦୁର୍ବୃତ୍ତ ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ କରି ନେଇଥିବାର ଥାନାରେ ଅଭିଯୋଗ ହୋଇଛି । ଗତକାଲି ଗୁରୁବାର ରାତିରେ ପରଜଙ୍ଗ ସାଦନପଡାରେ ଥିବା ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରୁ ଛଅ ଜଣ ଦୁର୍ବୃତ୍ତ ଘରର ସିଡ଼ିରେ ଆସି ପ୍ରଥମେ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଘରର ସଦସ୍ୟ ମାନଙ୍କୁ ଗୋଟିଏ ଘର ଭିତରେ ଭର୍ତି କରି ବାହାରୁ କବାଟ ବନ୍ଦ କରିଦେଇଥିଲେ । ପରେ ଘରର ସମସ୍ତ ଆସବାବପତ୍ର ଓ ଲକର ଖୋଲି ଲୁଟ କରି ନେଇଥିଲେ ଟଙ୍କା, ସୁନା, ରୂପା ଗହଣା । ବ୍ୟବସାୟୀ ବିନୟ ଘରେ ନଥିବା ସମୟରେ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଘଟାଇଛନ୍ତି। ଆଜି ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଜିଲ୍ଲା ବୈଜ୍ଞାନିକ ଦଳ ଓ ସନ୍ଧ।ନୀ କୁକୁରକୁ ନେଇ ଘଟଣା ସ୍ଥଳ ଅନୁସନ୍ଧାନ କରାଯାଇଛି । ଏକ ବଡ଼ ଚୋର ଗ୍ୟାଙ୍ଗ ଏଥିରେ ସାମିଲ ଥିବାର ସୂଚନା ମିଳିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories