www.samajalive.in
Sunday, December 7, 2025
14.1 C
Bhubaneswar

କମିବ ତାପମାତ୍ରା, ଆସିବ ଶୀତ

ଭୁବନେଶ୍ୱର : ଆସନ୍ତା ୨୪ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ବିଦାୟ ନେବ। ଏଥିପାଇଁ ପାଗ ଅନୁକୂଳ ରହିଛି। ଏଥିସହିତ ଭାରତକୁ ଉତ୍ତର ପୂର୍ବ ମୌସୁମି ବାୟୁ ପ୍ରବେଶ କରିବ। ତେବେ ମୌସୁମି ଦିଗ ପରିବର୍ତ୍ତନ ନେଇ ପାଗ ଅନୁକୂଳ ଥିବା ସମୟରେ ଏବେ ଘୂର୍ଣ୍ଣିବଳୟ ପ୍ରଭାବରେ ଥାଇଲାଣ୍ଡ ନିକଟସ୍ଥ ଉପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ଦକ୍ଷିଣ ପଶ୍ଚିମରେ ମୁହାଁଇ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ମୁହାଁଇବା ସହିତ ପରବର୍ତ୍ତୀ ୪୮ଘଣ୍ଟାରେ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ତାମିଲନାଡ଼ୁ ଉପକୂଳ ଓ କିଛି ମାତ୍ରାରେ ଆନ୍ଧ୍ର ଉପକୂଳରେ ବର୍ଷା ହୋଇପାରେ। ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ନେଇ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ଅନ୍ୟପକ୍ଷରେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି।
ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତିି ଯେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ହେବନାହିଁ, କିନ୍ତୁ ୨୮ରୁ ପାଗ ଆଂଶିକ କୋହଲା ରହିବ। ଫଳରେ ରାତିର ତାପମାତ୍ରା କମିବ। ଆସନ୍ତା ୨୫ତାରିଖରୁ ଉପକୂଳ ଓଡ଼ିଶାରେ ୧ରୁ ୨ଡ଼ିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରାତିର ତାପମାତ୍ରା କମିପାରେ। ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ମଧ୍ୟ ତାପମାତ୍ରା ୨ଡ଼ିଗ୍ରୀ ପର୍ଯ୍ୟନ୍ତ କମିବ। ଏବେ ଓଡ଼ିଶାକୁ ଉତ୍ତରା ପବନ ବହୁଛି, କିନ୍ତୁ କେନ୍ଦ୍ରୀୟ ଭାରତରେ ଗୁରୁଚାପ ସୃଷ୍ଟି ହୋଇଥିବାରୁ ଏହା କ୍ରମଶଃ ପୂର୍ବରୁ ଓଡ଼ିଶାକୁ ପ୍ରବେଶ କରିବ। ଓଡ଼ିଶା ଓ ଛତିଶଗଡ଼ ଉପରେ ଗୁରୁଚାପ ରହିବ। ତେବେ ଏହି ସମୟରେ ତାପମାତ୍ରା ହ୍ରାସ ପାଇବା ସହିତ ଶୀତ ଅନୁଭୂତ ହେବାର ସମ୍ଭାବନା ଥିବା ସେ ସୂଚନା ଦେଇଛନ୍ତି। ସେହିପରି ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories