www.samajalive.in
Tuesday, December 9, 2025
19.1 C
Bhubaneswar

କଲେଜରେ ଆତଙ୍କବାଦୀ ଆକ୍ରମଣ: ୧୮ମୃତ

କ୍ରିମିଆ : ୟୁକ୍ରେନ୍‍ରୁ ବିଚ୍ଛିନ୍ନ ହୋଇ ୨୦୧୪ରେ ରୁଷ୍‍ ସହିତ ମିଶିଥିବା କ୍ରିମିଆର କେର୍ଚ ସହର ସ୍ଥିତ ଏକ କଲେଜରେ ବୁଧବାର ଆତଙ୍କବାଦୀ ଆକ୍ରମଣରେ ୧୮ ଛାତ୍ରଙ୍କ ମୃତ୍ୟୁ ଘଟିଛି। ବୋମା ବିସ୍ଫୋରଣ ଓ ଗୁଳିଗୋଳା ବର୍ଷଣରେ ଅନ୍ୟ ୫୦ଜଣ ଆହତ ହୋଇଛନ୍ତି। କଲେଜର ଭୋଜନାଳୟରେ ବୋମା ଖଞ୍ଜାଯାଇଥିଲାବେଳେ ଆଉ କିଛି ଆକ୍ରମଣକାରୀ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଆକ୍ରମଣ ପଛରେ କଲେଜର ଜଣେ ଛାତ୍ର ସମ୍ପୃକ୍ତ ଥିବା ଓ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ତେବେ ପରିସ୍ଥିତି ସମ୍ଭାଳିବା ପାଇଁ ଘଟଣାସ୍ଥଳକୁ ସେନା ପ୍ରେରଣ ହୋଇଥିବା ରୁଷ୍‍ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ କହିଛନ୍ତି। କଲେଜ ନିର୍ଦେଶକ ଓଲ୍‍ଗା ଗ୍ରେବେନିକୋଭାଙ୍କ କହିବାନୁଯାୟୀ, ଏଠାରେ କେବଳ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଇଥାଏ ଓ ଅଧିକାଂଶ ଛାତ୍ର ନାବାଳକ। ମାତ୍ର ୫ରୁ ୧୦ମିନିଟ୍‍ର ଆକ୍ରମଣ ପରେ କଲେଜ ପରିସରରେ ପଡ଼ିଥିବା ଛାତ୍ରଙ୍କ ମୃତଦେହ ହୃଦୟବିଦାରକ ଦୃଶ୍ୟ ସୃଷ୍ଟି କରିଥିବା ସେ କହିଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories