www.samajalive.in
Sunday, December 7, 2025
23.1 C
Bhubaneswar

ମାଲକାନଗିରି ବଙ୍ଗାଳୀ ସମାଜ ତରଫରୁ ଜିଲ୍ଲାପ।ଳଙ୍କୁ ଦାବିପତ୍ର

ମାଲକାନଗିରି :  ମାଲକାନଗିରି ଜିଲ୍ଲାର ଏମ ଭି ଓ ଏମ ପି ଭି ଗ୍ରାମକୁ ରାଜସ୍ଵ ଗ୍ରାମର ମାନ୍ୟତା ନିମନ୍ତେ ମାଲକାନଗିରି ବଙ୍ଗାଳୀ ସମାଜ ଜିଲ୍ଲାପ।ଳଙ୍କ ଦ୍ଵାରସ୍ଥ୍ୟ ହୋଇଛନ୍ତି  । ଅଭିଯୋଗ ପତ୍ରରେ ଉଲ୍ଲେଖ ଅନୁଯାଇ ଅବିଭକ୍ତ କୋରାପୁଟ ଜିଲ୍ଲା ଥିବା ସମୟରେ ମାଲକାନଗିରି ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ପାହାଡ ,ଜଙ୍ଗଲ ଭଳି ଦୁର୍ଗମ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଦଣ୍ଡ୍ୟକ।ରଣ୍ୟ ପ୍ରକଳ୍ପ କାର୍ୟ୍ୟକାରୀ ହେଉଥିଲା । ବିଗତ ପ୍ରାୟ ୬୦ ବର୍ଷ ତଳେ ଏହି ଅଞ୍ଚଳରେ ସାନ୍ତାଳି ଓ ବଙ୍ଗାଳୀ ମାନଙ୍କୁ ଆଣି ଏମ ଭି ଓ ଏମ ପି ଭି ଗ୍ରାମର ନାମ ଦେଇ ମାଲକାନଗିରି ଅଞ୍ଚଳରେ ନୂଆ ନୂଆ ଗ୍ରାମ ସ୍ଥାପନ କରିଥିଲେ । ହଜାର ହଜାର ସାନ୍ତାଳି ଓ ବଙ୍ଗାଳୀ ପରିବାରଙ୍କୁ ଭାରତୀୟ ନାଗରିକତାର ପୂର୍ଣ ମର୍ୟ୍ୟଦା ଏବଂ ସାମ୍ବିଧାନିକ ଅଧିକାର ପ୍ରଦାନ କର।ଯାୟୀ ଓଡିଶାର ସ୍ଥାୟୀ ବାସିନ୍ଦା ଭାବେ ଥଇଥାନ କର। ଯାଇଥିଲା ।
୧୯୯୨ ମସିହାରେ ମାଲକାନଗିରି ଜିଲ୍ଲା ଗଠନ ହେବ ପରେ ରାଜ୍ୟ ସରକାର ଏକାଧିକ ଥର ଏହି ଏମ ଭି ଓ ଏମ ପି ଭି ଗ୍ରାମ ମାନଙ୍କୁ ରାଜସ୍ଵ ଗ୍ରାମ କରାଯିବାର ପ୍ରତିଶ୍ରୁତି ଦେଇ ଆସୁଥିଲେ। ବର୍ତମାନ ସରକାରଙ୍କ ଦ୍ୱାରା ଏହି କାର୍ୟ୍ୟ ଅରମ୍ଭ ହେବାକୁ ଯାଉଥିବା ସମୟରେ ହାତ ଗଣିତ କେତେଜଣ ଲୋକ କୋୟ ସମାଜ ଓ ଆଦିବାସୀ ସମାଜର ନାମକୁ ବ୍ୟବହାର କରି ଏହି କାର୍ୟ୍ୟକୁ ବିରୋଧ କରିବା ସହ ରାଜସ୍ଵ ଗ୍ରାମ ନ କରିବା ପାଇଁ ଜିଲ୍ଲା ପାଳଙ୍କୁ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ଯେଉଁ ଧାରା ଏବଂ ଊପଧାରା ଗୁଡିକ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି, ତାହା ରାଜସ୍ଵ ଗ୍ରାମ ପ୍ରବର୍ତିତ ବିଷୟ ଉପରେ ସମ୍ପୂର୍ଣ ଅଯୌକ୍ତିକ ,ଭିତ୍ତି ହୀନ ଏବଂ ନ୍ୟାୟ ସଙ୍ଗତ ନୁହେଁ ,ଭାରତୀୟ ସମ୍ବିଧାନରେ ଏମିତି କୌଣସି ଧାରା ଉପଧାରା ନ।ହିଁ କିମ୍ବା ଅନୁସୂଚି ନ।ହିଁ ଯାହାକି ଦେଶର କୌଣସି ଅଞ୍ଚଳର ବିକାଶ କରିବା ପାଇଁ ସରକାରୀ ଯୋଜନାକୁ ବାଧା ସୃଷ୍ଟି କରୁଛି ବୋଲି ଆଜିର ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ତେବେ ଏହି ସମସ୍ୟାକୁ ଗୁରୁତର ସହ ନେଇ ଜିଲ୍ଲା ପ୍ରଶାସନ ଏମ ଭି ଓ ଏମ ପି ଭି ଗ୍ରାମକୁ ରାଜସ୍ଵ ଗ୍ରାମରେ ପରିଣତ କରିବା ପାଇଁ ବଙ୍ଗାଳୀ ସମାଜ ତରଫରୁ ଦାବି କରିଛନ୍ତି । ଏହି ଅବସରରେ ବଙ୍ଗାଳୀ ସମାଜର ଜିଲ୍ଲା ସଭାପତି ଗୌରାଙ୍ଗ କର୍ମକାର ,ସମ୍ପାଦକ ନେହାର ରାୟଙ୍କ ସହ ଅନ୍ୟାନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories