www.samajalive.in
Sunday, December 7, 2025
26.1 C
Bhubaneswar

୧୭ ବର୍ଷ ପରେ ପାକିସ୍ତାନ ଗସ୍ତରେ ଇଂଲଣ୍ଡ

କରାଚି: ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ପାଦଦେଇଛି ଇଂଲଣ୍ଡର କ୍ରିକେଟ୍‌ ଦଳ। ନିରାପତ୍ତା ଆଶଙ୍କାରେ ପାକିସ୍ତାନକୁ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ତା’ର ଦଳକୁ ପଠାଇ ନଥିଲା। ଗତବର୍ଷ ପାକିସ୍ତାନ ଗସ୍ତରେ ଇଂଲଣ୍ଡ ଆସିବାର ଥିଲା। ହେଲେ ନିରାପତ୍ତା ଆଳ ଦେଖାଇ ଶେଷ ମୁହୂର୍ତ୍ତରେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ଗସ୍ତରୁ ଓହରି ଯାଇଥିବା ବେଳେ ଇଂଲଣ୍ଡ ମଧ୍ୟ ଓହରି ଯାଇଥିଲା। ବୁଧବାର ଇଂଲଣ୍ଡ କ୍ରିକେଟ୍‌ ଦଳ ପାକିସ୍ତାନରେ ପହଞ୍ଚିଛି। ଜୋସ୍‌ ବଟ୍‌ଲର ନେତୃତ୍ବାଧୀନ ୧୯ ଜଣିଆ ଇଂଲଣ୍ଡ ଦଳ ଘରୋଇ ପାକିସ୍ତାନ ବିପକ୍ଷରେ ୭ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବ।

ଏହି ୭ଟିଯାକ ମ୍ୟାଚ୍‌ କରାଚି ଓ ଲାହୋର ସହରରେ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୨ ମଧ୍ୟରେ ଖେଳାଯିବ। ଅକ୍ଟୋବରରେ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ଏହି ୭ ମ୍ୟାଚ୍‌ର ଶୃଙ୍ଖଳା ଉଭୟ ଦଳକୁ ପ୍ରସ୍ତୁତ କରିବ। ଅବଶ୍ୟ ଡିସେମ୍ବରରେ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳିବା ପାଇଁ ଇଂଲଣ୍ଡ କ୍ରିକେଟ୍‌ ଦଳ ପାକିସ୍ତାନ ଆସିବ। ଗୁରୁବାର ଇଂଲଣ୍ଡ ଦଳ କରାଚିରେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ନିରାପତ୍ତାରେ ହୋଟେଲକୁ ନିଆଯାଇଛି। ମ୍ୟାଚ୍‌ ଦିନ ଦଳର ହୋଟେଲ ଓ ଷ୍ଟାଡିୟମ୍‌ ମଧ୍ୟରେ ରାସ୍ତାକୁ ସିଲ୍‌ କରାଯିବ। ରାସ୍ତାର ଉଭୟ ପାର୍ଶ୍ବରେ ଏବଂ ଦଳର ବସ୍‌ ସହ ବନ୍ଧୁକଧାରୀ ଯବାନ ରହିବେ। ବସ୍‌ ଉପରେ ହେଲିକପ୍ଟର ଉଡ଼ିବ ଏବଂ ଏଥିରୁ ତୀକ୍ଷ୍‌ଣ ନଜର ରଖାଯିବ। ମ୍ୟାଚ୍‌ ଦିନ ଷ୍ଟାଡିୟମ୍‌ ଚାରିପଟେ ଥିବା କାର୍ଯ୍ୟାଳୟ ଓ ଦୋକାନକୁ ବନ୍ଦ କରାଯିବ। ଏବେ ମଧ୍ୟ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିଲେ ଏହା ପାକିସ୍ତାନ-ଆଫ୍‌ଗାନିସ୍ତାନ ସୀମାରେ ସୀମିତ। ୨୦୦୭ରେ ଲାହୋରରେ ଶ୍ରୀଲଙ୍କା କ୍ରିକେଟ୍‌ ଦଳର ବସ୍‌ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ କୌଣସି ଦଳ ପାକିସ୍ତାନ ଆସୁନଥିଲା। ଫଳରେ ପାକିସ୍ତାନ ତା’ର ଘରୋଇ ମ୍ୟାଚ୍‌ ୟୁଏଇରେ ଖେଳିବାକୁ ବାଧ୍ୟ ହେଉଥିଲା। ହେଲେ ଚଳିତବର୍ଷ ବିଭିନ୍ନ ଦଳ ପାକିସ୍ତାନ ଗସ୍ତରେ ଆସିଛନ୍ତି। ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ରହିଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories