www.samajalive.in
Sunday, December 7, 2025
26.1 C
Bhubaneswar

ଜୀବନ ରଙ୍ଗମଞ୍ଚର ଶେଷ ଅଭିନୟରେ ନାଟ୍ୟ ତାରକା ଦେବେନ୍ଦ୍ର

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ହିଲ୍ଲି ପାଲି ଗ୍ରାମର ପଶ୍ଚିମ ଓଡ଼ିଶାର ନାଟ୍ୟକାର, ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଦେବେନ୍ଦ୍ର ବିଶ୍ଵାଳ(୬୯) ଆଜି ଆଉ ନାହାନ୍ତି। ଏହି ଖବର ପାଇ ଗାଁ ତଥା ପୁରପଲ୍ଲୀରେ ଶୋକର ଛାୟା ଖେଳି ଯାଇଛି। ସେ ଜଣେ ନାଟ୍ୟକାର ରୂପେ ପ୍ରଥମେ କାଳ୍ପନିକ ନାଟକର ନିର୍ଦ୍ଦେଶକ ତଥା ପ୍ରଥମ କରି ସେହି ନାଟକରେ ସେନାପତି ଭାବେ ଅଭିନୟ କରି ତାଙ୍କର ପଥକୁ ଆଗେଇ ନେଇଥିଲେ, ଯେଉଁ ନାଟକର ନାଁ ଥିଲା ‘ସତୀ ମଉନା’। ସେଇଠୁ ତାଙ୍କର ଚରିତ୍ର ଚିତ୍ରଣ ନାଟ୍ୟ ଜୀବନୀ ରାସ୍ତା ଆଗକୁ ନେଇ ବେଶ୍ ପରିଚିତ ହୋଇଥିଲେ। ଏହାପରେ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶରେ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ରେ ନିଶାନ ବାଦ୍ୟ ବଜାଇ ନିଜର ଅଭିନୟକୁ ପରଦା ପଛରେ ପରିଚିତ ହୋଇଥିଲେ। ସେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରି ଗାଁ ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଳାକାର ଭାବେ ବେଶ୍ ଜଣାଶୁଣା।

ଏହା ବ୍ୟତୀତ ସେ ବୀର ବଜରଙ୍ଗ ବଳି ନାମକ ଏକ ନାଟକ ଦଳ ନିର୍ମାଣ କରି ପରିଚାଳନା କରି ଆସୁଥିଲେ। ଏହି ସବୁ କଳାକୁ ନେଇ ଦୂରଦର୍ଶନରେ ଅନେକ ନାଟକମାନଙ୍କରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। କିଛି ବର୍ଷ ହେବ ସେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ନିଜ ଘରେ ଚିକିତ୍ସା ହୋଇ ଆସୁଥିଲେ। ତାଙ୍କର ଛଅ ଭାଇ ଓ ଦୁଇ ଭଉଣୀ। ତାଙ୍କ ବଡ ଭାଇ ମିତ୍ରଭାନୁ ବିଶ୍ଵାଳ ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ଜଣେ ସୁପରିଚିତ କଳାକାର ଥିଲେ ଶ୍ରୀ ବିଶ୍ଵାଳ ସମ୍ବଲପୁରୀ, କୋଶଳୀ ଓ ଓଡ଼ିଆ ଭାଷାରେ ପୌରାଣିକ କାଳ୍ପନିକ, ଐତିହାସିକ ନାଟକରେ ନିଜେ ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇ ଆସୁଥିଲେ। ବାଣୀ ପରାଜୟ ନାଟକ ବାଣାଶୁର ଭୂମିକାରେ ଅଭିନୟ କରିଥିଲେ। ଜୀବନ୍ତ ଅଭିନୟ କରି ଦର୍ଶକଙ୍କ ମନ ଭିତରେ ଛାଡି ଯାଇଛନ୍ତି। ନୃସିଂହ ମାହାତ୍ମ୍ୟ ଟେଲି ଫିଲ୍ମ ଦୁନ୍ଦୁଭି ରାକ୍ଷସ ଭୂମିକା କରି ଲୋକଙ୍କୁ ଚକିତ କରି ଦେଇଥିଲେ। ଦୂରଦର୍ଶନରେ ମହିଷାସୁର, ରାଜା ଓ ମୂଷିକ ଦୈତ୍ୟ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସିତ। ଏହି ଅଭିନୟ ପାଇଁ ମନାପଡା ରାଜେନ୍ଦ୍ର ସାହୁ ସ୍ମୃତି କମିଟିରେ ତାଙ୍କୁ ରାଜେନ୍ଦ୍ରୀୟନ୍ ୨୦୧୬ ସମ୍ମାନ, ବଲାଙ୍ଗୀର ବୁଦୁଲା ନୀଳମାଧବ ସାହିତ୍ୟ ସଂଘର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ କଳାକାର ମଞ୍ଚ ୨୦୧୮ସମ୍ମାନ, ୨୦୧୬ରେ ଭୁବନେଶ୍ୱର ରେ ଆୟୋଜିତ ରାଜ୍ୟ କୃଷି ମହୋତ୍ସବ ରେ ନାଟ୍ୟ ସମ୍ବର୍ଦ୍ଧନା, ବବେବିରା ଜୟନ୍ତୀ ଯୁବକ ସଂଘ, ତିହାର ଲୋକ ମହୋତ୍ସବ ୨୦୧୩, କାଠଡେରା ଗୁଣ୍ଡିଚା ମହୋତ୍ସବ ୨୦୧୮, କୁମେଲ ସିଂହା ଦଧିବାମନ ପାଲା ସଂଘ, ଛତିଶଗଡ଼ ରାୟଗଡ଼ ଜିଲ୍ଲା ପୁସୋର୍ ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠା ସମାରୋହ ବ୍ୟତୀତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନ ଓ ସମ୍ବର୍ଦ୍ଧିତ ତାଙ୍କ ପ୍ରେରଣାର ଉତ୍ସ ଥିଲା। ଆଜିର ଏହି ମର ଶରୀର ଶୋଭାଯାତ୍ରାରେ ବିଭିନ୍ନ କଳାକାର ସାଂସ୍କୃତିକ ଅନୁଷ୍ଠାନ ତଥା ଗ୍ରାମବାସୀ ଗଭୀର ଶ୍ରଦ୍ଧାଞ୍ଜଳି ସହ ଶେଷ ଦର୍ଶନ କରିଥିଲେ। ତାଙ୍କୁ ନିଜର ଶାଳକ ସୁବ୍ରତ ସାହୁ ମୁଖାଗ୍ନି ଦେଇଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories