www.samajalive.in
Sunday, December 7, 2025
26.1 C
Bhubaneswar

ନବଜାତ ପୁଅର ସ୍ପର୍ଶରେ କୋମାରୁ ମୁକୁଳିଲା ମା’

ଫୋର୍ଟାଲେଜା : ମା’ ଓ ପିଲାର ସମ୍ପର୍କ ନିଅାଁରା। ମା’ର ମମତାର ସ୍ପର୍ଶରେ ପିଲାର ରୋଗ ଭଲ ହୋଇଯାଇଥିବାର ଅନେକ ନଜର ରହିଛି। ହେଲେ ଏବେ ଏକ ନବଜାତକର ସ୍ପର୍ଶରେ ମା’ କୋମା ଭଳି ଏକ ଅଧ୍ରୁବ ଅବସ୍ଥାରୁ ମୁକୁଳି ଆସିଛି। ଏଭଳି ଘଟଣା ଫୋର୍ଟାଲେଜା ସହରରେ ଘଟିଛି। ଏହା ଏକ ଅଲୌକିକ ଘଟଣା ଓ ଚିକିତ୍ସା ବିଜ୍ଞାନରେ ଏପରି ଉପଚାର ନାହିଁ ବୋଲି କୁହାଯାଉଛି।
ସୂଚନା ଅନୁସାରେ ୩୨ ସପ୍ତାହର ଗର୍ଭବତୀ ଥିବା ସମୟରେ ଆମାଣ୍ଡା ଡିସିଲ୍ଭା (୨୮) ନାମକ ମହିଳାଙ୍କ ନିଜ ସ୍ୱାମୀଙ୍କ ସହ ପ୍ରବଳ ଝଗଡ଼ା ହୋଇଥିଲା। ଏଥିରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଓ କିଛି ଦିନ ମଧ୍ୟରେ ସେ କୋମାକୁ ଚାଲିଯାଇଥିଲେ। ଆମାଣ୍ଡାଙ୍କ ପୂର୍ବରୁ ୩ଟି ପିଲା ଅଛନ୍ତି। ତେବେ ସେ କୋମାକୁ ଯିବା ପରେ ଡାକ୍ତରମାନେ ପେଟରେ ଥିବା ପିଲାକୁ ବଞ୍ଚାଇବାକୁ ସମସ୍ତ ପ୍ରୟାସ କରିଥିଲେ। ଶେଷରେ ଅସ୍ତ୍ରୋପଚାର ଦ୍ୱାରା ଆମାଣ୍ଡାଙ୍କ ଶିଶୁ ପୁତ୍ରକୁ ଦୁନିଆକୁ ଅଣାଯାଇଥିଲା। ଶିଶୁ ପୁତ୍ର ନାମ ଭିକ୍ଟର ରଖାଯାଇଥିଲା। ଜନ୍ମ ବେଳକୁ ମାତ୍ର ୨.୧ କିଲୋଗ୍ରାମ ହୋଇଥିବାରୁ ଭିକ୍ଟରକୁ ଜୀବନ ରକ୍ଷାକାରୀ ଯନ୍ତ୍ର ମଧ୍ୟରେ ରଖାଯାଇଥିଲା। ଭିକ୍ଟର ଜନ୍ମ ହେବାର ଦୁଇ ସପ୍ତାହ ପର୍ଯ୍ୟନ୍ତ ଆମାଣ୍ଡା କୋମାରେ ଥିଲେ। ସେ ଚାଲି ପାରୁନଥିଲେ, ନିଜ ଶରୀରକୁ ହଲାଇ ପାରୁନଥିଲେ କି କିଛି କଥା କହିପାରୁନଥିଲେ। ଏହି ସମୟରେ ଜଣେ ନର୍ସ ତାଙ୍କ ପୁଅକୁ ଆମାଣ୍ଡାଙ୍କ ଛାତି ଉପରେ ରଖିବା ପାଇଁ ପରାମର୍ଶ ଦେଇଥିଲେ। ନର୍ସଙ୍କ ପରାମର୍ଶ କ୍ରମେ ଭିକ୍ଟରକୁ ଆଣି ଆମାଣ୍ଡଙ୍କ ଛାତି ଉପରେ ରଖାଯାଇଥିଲା। ଭିକ୍ଟର ସ୍ପର୍ଶ କରିବା ମାତ୍ରେ ଆମାଣ୍ଡାଙ୍କ ହୃଦସ୍ପନ୍ଦନ ବଢିଗଲା, ତାଙ୍କ ଆଖିରୁ ଲୁହ ଗଡ଼ିବା ସହ ଆଙ୍ଗୁଠି ହଲିଥିଲା। ଏପରିକି ସେ ନିଜ ହାତରେ ଭିକ୍ଟରକୁ ସ୍ପର୍ଶ କରିଥିଲେ। ଏହାର ଠିକ୍‍ ୨୩ ଦିନ ପରେ ଆମାଣ୍ଡା ସମ୍ପୂର୍ଣ୍ଣ ଭାବେ କୋମାରୁ ମୁକୁଳି ଘରକୁ ଯିବା ସ୍ଥିତିରେ ପହଞ୍ଚିଥିଲେ। ଚିକିତ୍ସା ବିଜ୍ଞାନରେ ଏହା ଏକ ଉପଚାର ହୋଇନଥିଲେ ମଧ୍ୟ ମା’ ଓ ପୁଅର ସମ୍ପର୍କର ଅଲୌକିକ ଘଟଣାରୁ ଏହା ଗୋଟିଏ ବୋଲି କୁହାଯାଉଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories