କଳାହାଣ୍ଡି: ଛତରଯାତ୍ରାରେ ପୁଣି ଥରେ ରକ୍ତ ରଞ୍ଜିତ ହୋଇଛି କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପୀଠ। ପବିତ୍ର ଅଷ୍ଟମୀ ତିଥିରେ ଭୋର ସମୟରୁ ମା’ଙ୍କ ପୀଠରେ ବିଭିନ୍ନ ପଶୁପକ୍ଷୀଙ୍କ ବଳି ଦିଆଯାଇଛି। ବୁଧବାର ଭୋର ସାଢେ ଚାରିଟା ସମୟରୁ ମା’ଙ୍କ ଛତରଯାତ୍ରା ଜେନାଖାଲରୁ ବାହାରି ମୁଖ୍ୟ ମନ୍ଦିର ଅଭିମୁଖେ ଯାଇଥିଲା। ମାନସିକ ଅନୁଯାୟୀ, ଭକ୍ତମାନେ ପୀଠରେ ହଜାର ହଜାର ପଶୁ, ପାରା, କୁକୁଡାଙ୍କ ବଳି ଦେଇଛନ୍ତି। ଫଳରେ ଭବାନୀପାଟଣା ସହରରେ ଅନେକ ସ୍ଥାନ ରକ୍ତମୟ ହୋଇ ପଡିଛି। ଏହି ଛତରଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।
Popular Categories



