www.samajalive.in
Sunday, December 7, 2025
13.1 C
Bhubaneswar

କାନକୂଟରୁ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର 

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଲକ କାନକୂଟରୁ ପଞ୍ଚାୟତରେ ଆଜି ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ବ୍ଲକର ପ୍ରତେକ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିବା ବେଳେ କାନକୂଟରୁ ପଞ୍ଚାୟତର ୧୧ ଗୋଟି ୱାର୍ଡରୁ ଲୋକେ ଆସି ନିଜ ନାମ ପଞ୍ଜିକରଣ କରିବା ସହ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଏହି କାର୍ୟ୍ୟକ୍ରମରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା  କମଳା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଭୁତି ଭୂଷଣ ସତପଥି ଯୋଗ ଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ ।
ପଞ୍ଚାୟତରେ ଥିବା ଅନେକ ଗୁଡିଏ ସମସ୍ୟାକୁ ନେଇ ଅଭିଯୋଗ ମାନ ହୋଇଥିଲା । ଏହି ପଞ୍ଚାୟତରେ ଅଧିକ ମାତ୍ରାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନାହିଁ ଓ ଯେଉଁ ଲୋକଙ୍କୁ ମିଳିବା କଥା ସେମାନଙ୍କୁ ନ ମିଳି ସ୍ଵଚ୍ଛଳ ବର୍ଗର ଲୋକଙ୍କୁ ମିଳୁଛି ବୋଲି ଅନେକ ଅଭିଯୋଗ ହୋଇଥିବା ବେଳେ ଅଞ୍ଚଳର ରଣରଣା ,ବାରଗୁଡା, ତେନ୍ତୁଳିପଙ୍ଗା, ଦିଆଲବାହାଳି ଗାଁ ମାନଙ୍କରେ ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟକୁ ନେଇ ଅନେକ ସମସ୍ୟା ଅଛି ଏହାର ସମାଧାନ କରିବା ପାଇଁ ଅଭିଯୋଗ ଆସିଥିଲା ।ପାଇକବୋରି  ଅଙ୍ଗନୱାଡୀ କେନ୍ଦ୍ର ଦୀର୍ଘ ଦିନ ହେଲା ଛାତ ପଡି ରହିଛି ହେଲେ ବିଲ ନ ହେବାରୁ କାମ ଆଗେଇ ପାରୁନାହିଁ ଏହାକୁ ନେଇ ପାଇକବୋରୀ ଗ୍ରାମ ବାସୀ ଅଭିଯୋଗ କରିଥିଲେ ।  ଅଙ୍ଗନୱାଡୀ କେନ୍ଦ୍ରରେ ପଢୁଥିବା ଛୁଆ ମାନେ ଭଙ୍ଗା ଘରେ ପଢୁଛନ୍ତି ଏହାକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ର କୁ ସମ୍ପୂର୍ଣ୍ଣ କରିବା ପାଇଁ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣିରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସା ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଶିବିରରେ କାନକୂଟରୁ, ପାଇକବୋରୀ, ରଣରଣା, ଆଦି ଗାଁରୁ ଆସିଥିବା ଗୃହପାଳିତ ପଶୁଙ୍କ ଚିକିତ୍ସା କରାଯାଇଥିବା ବେଳେ ବିଶ୍ଵନାଥପୁର ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷ୍ୟରୁ ଏକ ସ୍ୱାସ୍ଥ୍ୟ ମେଳା ଆୟୋଜନ କରି କୋରନା ଟୀକାର ବୁଷ୍ଟର ଡୋଜ ମଧ୍ୟ ଲୋକଙ୍କୁ ଦିଆଯାଇଥିଲା ଓ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦିଆଯାଇଥିଲା । ଏହି ଅଭିଯୋଗ ଶୁଣାଣି ଶିବିରରେ କାନକୂଟରୁ ସରପଞ୍ଚ ସଭାପତିତ୍ବ କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସାଧୁରାମ ସାହୁଙ୍କ ତତ୍ୱାବଧାନରେ ଏହି ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଲାଞ୍ଜିଗଡ ସିଡିପିଓ ବିଜୟୀ ସିଂ ,ଜଳ ବିଭାଗ ଯନ୍ତ୍ରୀ ଯସମତ ମାଝୀ,ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରମୁଖ ଯୋଗ ଦେଇ ଲୋକଙ୍କ ଅଭିଯୋଗ ଶୁଣିଥିବା ବେଳେ କାନକୂଟରୁ ନାଏବ ସରପଞ୍ଚ ସଂଯୁକ୍ତା ବିଭାର, ଗ୍ରାମ ରୋଜଗାର ସେବକ ଭାଗବତ ପ୍ରସାଦ ସାହୁ, ଯୋଗାଣ ସହାୟକ ଦେବିଲାଲ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories