www.samajalive.in
Tuesday, December 9, 2025
15.1 C
Bhubaneswar

ଝିଅର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମା’

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦୁତିମେଣ୍ଡି ଗ୍ରାମପଞ୍ଚାୟତ ମଲିକସାହିର ଚିତ୍ରାବତୀ ପ୍ରଧାନ ଏବଂ ସ୍ୱାମୀ ସୁମନ୍ତ ପ୍ରଧାନଙ୍କ ଅଢେଇ ବର୍ଷର ଝିଅ ସ୍ୱାତୀ ପ୍ରତିମା ପ୍ରଧାନ ଜନ୍ମ ଗ୍ରହଣ କରିବା ପରଠାରୁ ଅସୁସ୍ଥ ହୋଇ ଶାରୀରିକ ଗଠନର ଯନ୍ତ୍ରଣା ଭୋଗ କରୁଥିବା ଜଣାପଡିଛି। କୁନି ଝିଅର ଶରୀର ଏଭଳି ଢଙ୍ଗରେ ରହୁଛି ଯେ ସେ ତାର ମୁଣ୍ଡକୁ ସିଧା ରଖି ପାରୁନଥିବା ବେଳେ ଯେଉଠି ଯେମିତି ଶୋଇବ ସେମିତି ହିଁ ରହୁଥିବା ଦେଖିବାକୁ ମିଳୁଛି। କଡ ଲେଉଟାଇବାକୁ ସମ୍ପୂର୍ଣ୍ଣ ଅକ୍ଷମ ହେଉଥିବା ସ୍ୱାତୀ ପ୍ରତିମାର ଏଭଳି ଲକ୍ଷଣ ଦେଖି ଦିନ ମଜୁରିଆ ବାପା ମାଆଁ ବହୁ କଷ୍ଟରେ ଝିଅର ଚିକିତ୍ସା ପାଇଁ ଫୁଲବାଣୀ ଠାରୁ ବ୍ରହ୍ମପୁର କଟକ ଆଦି ବଡବଡ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ମଧ୍ୟ କରାଇଛନ୍ତି। କିନ୍ତୁ ଆରୋଗ୍ୟ ଲାଭ କରିବାର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ ବୋଲି କହିଥିଲେ ମାଆଁ ଚିତ୍ରାବତୀ ପ୍ରଧାନ। ଗୋଟିଏ ପଟରେ ପରିବାର ପ୍ରତିପାଳନ ଏବଂ ଅନ୍ୟପଟରେ ଝିଅର ଚିକିତ୍ସା ପାଇଁ ବାହାରକୁ ଯିବାଆସିବା ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇ ପଡୁଥିବା କହିଛନ୍ତି।

ସରକାରୀ ଭାବେ ରାସନ ସାମଗ୍ରୀ ସହ ଅଢେଇ ବର୍ଷ ଝିଅର ଭିନ୍ନକ୍ଷମ ଭତ୍ତା ମିଳୁଛି ଏବଂ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକାର୍ଡ ମଧ୍ୟ ରହିଛି।କିନ୍ତୁ ଝିଅର ଭବିଷ୍ୟତ ଚିନ୍ତା ନେଇ ଚିନ୍ତିତ ଅଛନ୍ତି ପରିବାର। ତେଣୁ ବାଧ୍ୟହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ବାହାରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲାପାଳ ଆଶିକ୍ଷ ଇଶ୍ୱର ପାଟିଲଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ଚିତ୍ରାବତୀ ପ୍ରଧାନ। ଚିତ୍ରାବତୀ ପ୍ରଧାନଙ୍କ ପରିବାର ସମସ୍ୟାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ପାଇଁ ଦୁତିମେଣ୍ଡି ଗ୍ରାମର ଯୁବ ସମାଜସେବୀ ଗୋଲକ ବିହାରୀ ମଲିକ ସହଯୋଗ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories