ପିତୃପକ୍ଷ ସମୟରେ ଏପରି କିଛି କାର୍ଯ୍ୟ ରହିଛି, ଯାହା କରିବା ଉଚିତ ନୁହେଁ। ତାହା ହୁଏତ ସଭିଁଙ୍କୁ ଜଣାନଥାଏ। ୧୦ ସେପ୍ଟେମ୍ବର ଠାରୁ ୨୫ ତାରିଖ ଯାଏଁ ପିତୃପକ୍ଷ ଚାଲିବ। ଏହି ସମୟରେ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରାଯାଇଥାଏ।
ଏହି ସମୟରେ ୫ଟି ଭୁଲ ଆଦୌ କରିବା ଉଚିତ ନୁହେଁ। ଏହାଦ୍ୱାରା ପୂର୍ବପୁରୁଷ ମାନେ ଅଶାନ୍ତି ହୋଇଥାଆନ୍ତି।
ଏହି ସମୟରେ ପିଆଜ,ରସୁଣର ସେବନ କରନ୍ତୁ ନାହିଁ।
ଏହି ସମୟରେ କୌଣସି ପ୍ରକାର ଉତ୍ସବ ପାଳନ କରିବା ଉଚିତ ନୁହେଁ।
ଏହି ସମୟରେ କୌଣସି ଶୁଭ କାର୍ଯ୍ୟ,ନୂଆ କାର୍ଯ୍ୟ, ନୂଆ ପୋଷାକ,ନୂଆ ଯାନ କିଣିବା ଉଚିତ ନୁହେଁ।
ଏହି ସମୟ ପୂର୍ବପୁରୁଷଙ୍କୁ ସମର୍ପିତ। ତେଣୁ ଏହି ସମୟରେ ନିଶାଦ୍ରବ୍ୟ, ଆମିଷର ସେବନ କରିବା ଉଚିତ ନୁହେଁ।
ଏହି ସମୟରେ କେଶ,ନଖ ଆଦି କାଟିବା ଉଚିତ ନୁହେଁ।
ଏହି ସମୟରେ ଶ୍ରାଦ୍ଧ ଦେବା ସହ ଦାନ ଓ ଧର୍ମ କାର୍ଯ୍ୟ କରିବା ଉଚିତ।
ପିଣ୍ଡଦାନ କରିବା ଦ୍ୱାରା ପୂର୍ବପୁରୁଷମାନେ ଶାନ୍ତି ହୋଇଥାଆନ୍ତି।



