www.samajalive.in
Sunday, December 7, 2025
14.1 C
Bhubaneswar

ଗଣେଶ ଭସାଣି ଦେଖିବା ହେଲା କାଳ ; ମରଣାନ୍ତକ ଆକ୍ରମଣରେ ଜଣେ ମୃତ, ତିନି ଆହତ 

କୁଆଁପାଳ : କଟକ ଜିଲ୍ଲା ମାହାଙ୍ଗା ଥାନା ଅଂଚଳରେ ଘଟିଯାଇଛି ଏକ ଅଘଟଣ। ଗଣେଶ ଭସାଣି ଦେଖି ଚାରି ନାବାଳକ ସାଙ୍ଗ ଏକାଠି ଘରକୁ ଫେରୁଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି ।  କଟୁରି ଚୋଟରେ ଜଣେ ସାଙ୍ଗ ତଥା ପୋଡାମରାଇ ପଂଚାୟତ ଏରକଣା ଗ୍ରାମର ଅକ୍ଷୟ ପଳେଇଙ୍କ ନାବାଳକ ପୁତ୍ର ସୌମ୍ୟରଂଜନ ମୃତ୍ୟୁ ବରଣ କରିଥିବାବେଳେ ସାଥି କୈବଲ୍ୟ ପଳେଇ , ଜ୍ଞାନ ପଲେଇ ଓ ଚିନ୍ମୟ ମଲ୍ଲିକ ଆକ୍ରମଣରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ତୁରନ୍ତ ମାହାଙ୍ଗା ପୁଲିସ ଅଭିଯୁକ୍ତ ଆକ୍ରମଣ କାରୀ ସିନ୍ଧୁପୁର ଗ୍ରାମର ସନ୍ତୋଷ ସେଠି(୨୬)କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ କଟୁରିକୁ ଜବତ କରିଛି ।
ସୂଚନାରୁ ଜଣାଯାଇଛି ଯେ , ପୋଡାମରାଇ ପଂଚାୟତ ସିନ୍ଧୁପୁର ଠାରେ ଗତକାଲି ରାତିରେ ଗଣେଶ ପୂଜା ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିଲା । ଏହି  ଉତ୍ସବ ଦେଖିବାପାଇଁ ଏରକଣା ଗ୍ରାମର ଚାରି ସାଙ୍ଗ ସୌମ୍ୟ, କୈବଲ୍ୟ ଜ୍ଞାନ ଓ ଚିନ୍ମୟ ସାଇକେଲ ରେ ଯାଇଥିଲେ । ରାତି ପ୍ରାୟ ୧୨ଟା ସମୟରେ ଭସାଣି ସ୍ଥଳରୁ ଚାଲିଚାଲି ଆସି ନିକଟସ୍ଥ ହନୁମାନ ଛକ ଏକ କ୍ୟାବିନ ନିକଟରେ ରଖିଥିବା ସାଇକେଲ ଚାବି ଖୋଲୁଥିବାବେଳେ ପୂର୍ବରୁ କଟୁରି ଧରି ଛକି ରହିଥିବା ସିନ୍ଧୁପୁର ଗ୍ରାମର ସନ୍ତୋଷ ସେଠି ଅତର୍କିତ ଭାବେ ଚାରି ସାଙ୍ଗକୁ ଏକ କଟୁରିରେ ମରଣାନ୍ତକ ଆକ୍ରମଣ କରିଥିଲା । ସେମାନେ ଚିତ୍କାର କରିବାରୁ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଂଚିଯିବାରୁ ଅଭିଯୁକ୍ତ ସନ୍ତୋଷ ସେଠାରୁ ଦୌଡ଼ି ଖସି ପଳାଇଥିଲା । ସମସ୍ତ ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ମାହାଙ୍ଗା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସୌମ୍ୟଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରଚୁର ରକ୍ତ ସ୍ରାବ ଯୋଗୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ସେଠାରେ ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟ ମୃତ୍ୟବରଣ କରିଛନ୍ତି। ଖବର ପାଇ ମାହାଙ୍ଗା ଥାନା ଉପ ନିରୀକ୍ଷିକା ଇପ୍ସିତା ପ୍ରିୟଦର୍ଶନୀ, ଏ ଏସ ଆଇ ଭୀଷ୍ମ ପ୍ରଧାନ ସଦଳବଳେ ସିନ୍ଧୁପୁର ଗ୍ରାମରେ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି ପୁଲିସ ଅନୁସନ୍ଧାନୀ ଦଳ ସାହାଯ୍ୟରେ ଘଟଣାର ତଦନ୍ତ କରିବା ସହ ନମୁନା ସଂଗ୍ରହ କରିଛନ୍ତି । ଅନ୍ୟପକ୍ଷରେ ତିନି ସାଙ୍ଗ ଗୁରୁତର ଥିବା ଜଣାପଡିଛି । ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମର ଶରୀରକୁ ନିଜ ଗ୍ରାମକୁ ଅଣାଯିବ। ସହ ଶୋକାକୂଳ ପରିବେଶରେ ଆତ୍ମୀୟଙ୍କ ଉପସ୍ଥିତିରେ ଗାଁ ଶ୍ମଶାନରେ ଶବ ଦାହ କରାଯାଇଛି । ତେବେ ସୌମ୍ୟ ମାଟ୍ରିକ ପରୀକ୍ଷାରେ ପାସ କରିବାପରେ ଆଜି କଟକ ସ୍ଥିତ ସରକାରୀ ଆଇଟିଆଇରେ ନାମଲେଖା ହୋଇଥାଆନ୍ତା।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories