ଡେସ୍କ: ୟୁଏସ୍ ଓପନ୍ ୨୦୨୨ରେ ମହିଳା ସିଙ୍ଗଲ୍ସ ବର୍ଗର ତୃତୀୟ ରାଉଣ୍ଡ ମ୍ୟାଚରେ ଅଷ୍ଟ୍ରେଲିଆର ଅଜଲା ଟମଲଜାନୋଭିକଙ୍କ ଠାରୁ ପରାସ୍ତ ହେବା ପରେ ଆମେରିକୀୟ ଟେନିସ୍ କିମ୍ବଦନ୍ତୀ ତଥା ଟେନିସ୍ ଜଗତର ସର୍ବଶ୍ରେଷ୍ଠ ମହିଳା ସେରେନା ୱିଲିୟମ୍ସ ବିଦାୟ ନେଇଛନ୍ତି। ସେ ୭-୫, ୬-୭ (୪), ୬-୧ ମ୍ୟାଚ୍ ହାରିଛନ୍ତି। ଏହି ଟେନିସ୍ କିମ୍ବଦନ୍ତୀଙ୍କର ୨୦୧୪ ତମ ମ୍ୟାଚ୍ ଦେଖିବା ଲାଗି ଷ୍ଟାଡିଅମରେ ପ୍ରବଳ ଭିଡ ହୋଇଥିଲା।
ଷ୍ଟାଡିଅମରେ ଉପସ୍ଥିତ ଦର୍ଶକମାନଙ୍କୁ ସେ କହିଛନ୍ତି, ମୁଁ ଏଠାରେ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ ଏତେ ବର୍ଷ ଓ ଦଶନ୍ଧି ଧରି ମୋ ସହ ରହି ଆସିଛନ୍ତି। ସେରେନା ତାଙ୍କ ପିତାମାତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେରେନା କହିଛନ୍ତି, ଏହା ମୋର ଅବିଶ୍ୱସନୀୟ ଯାତ୍ରା।



