www.samajalive.in
Sunday, December 7, 2025
14.1 C
Bhubaneswar

‘ଅଟୋ ପାଇଲଟ୍’ ତ୍ରୁଟି ପରେ ଉଡାଣ ମଝିରୁ ଫେରିଲା ସ୍ପାଇସ୍ ଜେଟ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ଡେସ୍କ: ସ୍ପାଇସଜେଟର ଏୟାରଲାଇନ୍ସର ବୋଇଙ୍ଗ -୭୩୭ ବିମାନ ଗୁରୁବାର ଦିନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ପରେ ଦିଲ୍ଲୀ ଫେରିଛି। ଖବର ଅନୁଯାୟୀ, ନୂଆଦିଲ୍ଲୀ ବିମାନବନ୍ଦରରୁ ମହାରାଷ୍ଟ୍ରର ନାଶିକ ଅଭିମୁଖେ ଯାତ୍ରା କରୁଥିବା ସ୍ପାଇସଜେଟର ଏକ ବିମାନର ଅଟୋ ପାଇଲଟ୍ ବ୍ୟବସ୍ଥାରେ ତ୍ରୁଟି ଦେଖାଦେବା ପରେ ଫେରି ଆସିଥିଲା।

ସୂଚନା ଅନୁଯାୟୀ, ସ୍ପାଇସଜେଟ ବି୭୩୭ ବିମାନ ଗୁରୁବାର ଦିନ ଅଟୋ ପାଇଲଟ୍ ତ୍ରୁଟି କାରଣରୁ ଏୟାର ଟର୍ନବ୍ୟାକ୍ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ବିମାନଟି ବିମାନ ବନ୍ଦରରେ ନିରାପଦରେ ଅବତରଣ କରିଥିବାରୁ କ୍ୟାବିନ କର୍ମଚାରୀଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସ୍ପାଇସଜେଟ ମୁଖପାତ୍ର କହିଛନ୍ତି ଯେ ଆଜି ଦିଲ୍ଲୀରୁ ନାଶିକକୁ ଯାତ୍ରା କରିବାକୁ ଥିବା ସ୍ପାଇସଜେଟ ବି୭୩୭ ବିମାନ ଦିଲ୍ଲୀ ଫେରି ଆସିଥିଲା। ବିମାନ କର୍ମଚାରୀମାନେ ଅଟୋ ପାଇଲଟ ସିଷ୍ଟମରେ ତ୍ରୁଟି ଦେଖାଦେଇଥିବା କହିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories